Report Card Odisha

| Daily Odia News

ବରମୁଣ୍ଡା ବସଷ୍ଟାଣ୍ଡରେ ହଣାକଟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଭୁବନେଶ୍ୱରରେ ହଣାକଟା । ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟର କୁ ଗୋଡେଇ ଗୋଡେଇ ହାଣିଲେ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ଦୁଇ ବସ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ବେଳେ ଉତ୍ତ୍ୟକ୍ତ କର୍ମଚାରୀଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ବସ୍‌ଷ୍ଟାଣ୍ଡରେ ବସ୍‌ ଆଗ ପଛ ଯିବାକୁ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ପ୍ରଥମେ ଗଣ୍ଡଗୋଳ ଆଉ ପରେ ହଣାକଟା ପର୍ଯ୍ୟନ୍ତ କଥାଗଲା । ଅନ୍ୟବସର କର୍ମଚାରୀ ମାନେ ଧାରୁଆ ଅସ୍ତ୍ରରେ ହାଣିଥିବା ସୂଚନା ମିଳିଛି । ଏହି ହଣାକଟାରେ ଦୁଇ ଜଣ ଆହତ ହୋଇଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଖୋଲତାଡ଼ ଜାରି ରଖିଛି ।

 

Breaking News