ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ବ ସରକାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଏଥିପାଇଁ ରବିବାର ଠାରୁ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଥିଲା। ଅଧିବେଶନର ପ୍ରଥମ ଦିନରେ ନୂଆ ବାଚସ୍ପତି ନିର୍ବାଚନ ହୋଇଥିବାବେଳେ ସୋମବାର ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବେ। ଶନିବାର ବାଚସ୍ପତି ନିର୍ବାଚନରେ ବିଜେପି ରାହୁଲ ନରୱେକର ୧୬୪ଟି ଭୋଟ ପାଇ ବିଜୟୀ ହୋଇଛନ୍ତି। ତେଣୁ ଆଜି ଆସ୍ଥା ଭୋଟରେ ଏକନାଥ ଶିନ୍ଦେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ହୋଇଛି। ବାଚସ୍ପତି ନିର୍ବାଚନରେ ବିରୋଧୀ ମେଣ୍ଟ ପ୍ରାର୍ଥୀ ରାଜନ ସାଲଭି ୧୦୭ଟି ଭୋଟ ପାଇଛନ୍ତି। ରବିବାର ବିଧାନସଭା ସ୍ବତନ୍ତ୍ର ଅଧିବେଶନକୁ ସମ୍ବୋଧନ କାଳରେ ଶିନ୍ଦେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଯୋଗୁଁ ସେ ଆଜି ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ବିଜେପି ପାଖରେ ଅଧିକ ସଂଖ୍ୟକ ବିଧାୟକ ଥିବା ସତ୍ତ୍ବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିଛି। ବିଜେପି -ଶିବସେନା ମେଣ୍ଟ ସରକାର ବାଲାସାହେବ ଠାକରେଙ୍କ ଆଦର୍ଶରେ ଚାଲିବ ବୋଲି ଶିନ୍ଦେ କହିଛନ୍ତି।






More Stories
ବିଜେପି ବିରୋଧରେ ସାରା ଦେଶରେ ବିକ୍ଷୋଭ……
କଂଗ୍ରେସ ସାଂସଦଙ୍କୁ ହ୍ୱିପ୍ ଜାରି……
କର୍ମଚାରୀଙ୍କ ପାଇଁ ଘରୁ କାମ ବାଧ୍ୟତାମୂଳକ……