ରିପୋର୍ଟ କାର୍ଡ / ପୁରୀ
ଆଜି ଆଷାଢ ଶୁକ୍ଳ ପଞ୍ଚମୀ ତିଥି | ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ଶେଷହେବା ପରେ ପହୁଡ ଆଳତୀ କରାଯାଇ ଭିତରୁ ଦୁଆର ବନ୍ଦ କରାଯିବ। ଦତ୍ତମହାପାତ୍ର ସେବକ ଭିତରେ ପ୍ରବେଶ କରିବେ। ବିଭିନ୍ନ ପ୍ରାକୃତିକ ରଙ୍ଗରେ ସେମାନେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ଶ୍ରୀମୁଖ ସିଂହାର କରିବେ। ଏଥିପାଇଁ ଅପରାହ୍ଣ ପ୍ରାୟ ୬ଟାରୁ ଚାରିଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ଶେଷହେବା ପରେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବ। ଏହାପରେ ବେଶ, ସନ୍ଧ୍ୟାଆଳତୀ, ସନ୍ଧ୍ୟାଧୂପ, ଚନ୍ଦନଲାଗି, ବଡ଼ସିଂହାର ବେଶ ଏବଂ ବଡ଼ସିଂହାର ଭୋଗ ସମେତ ରାତ୍ର ପହୁଡ ଅନୁଷ୍ଠିତ ହେବ। ବନକଲାଗି ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରକୁ ଯାଇ ଭକ୍ତମାନେ ପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ବନକଲାଗି ସମୟରେ ଗୁଣ୍ଡିଚା ମନ୍ଦିର ଆନନ୍ଦ ବଜାରରୁ ଭକ୍ତ ମହାପ୍ରସାଦ କିଣିପାରିବେ।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ଶୁଭ ଫଳ ପ୍ରାପ୍ତ ହେବ…..