ରିପୋର୍ଟ କାର୍ଡ / ମୁମ୍ବାଇ
ଆଜି ମହାରାଷ୍ଟ୍ର ବିଧାନସଭାରେ ହୋଇଥିବା ‘ଫ୍ଲୋର୍ ଟେଷ୍ଟ୍’ରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ ୧୬୪ ଭୋଟ୍ ପାଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିଛନ୍ତି। ଏହି ‘ଫ୍ଲୋର୍ ଟେଷ୍ଟ୍’ରେ ‘ମହା ବିକାଶ ଅଘାଡ଼ି’ ସପକ୍ଷରେ ୯୯ ଭୋଟ୍ ମିଳିଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ପାଇଁ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କର ସମର୍ଥକ ବିଧାୟକମାନଙ୍କୁ ଧରି ବିଧାନସଭାରେ ପହଞ୍ଚିଥିଲେ। ସେପଟେ, ଉଦ୍ଧବ ଠାକ୍ରେ ଗୋଷ୍ଠୀର ଆଉ ଜଣେ ‘ଶିବସେନା’ ବିଧାୟକ ସନ୍ତୋଷ ବାଙ୍ଗର୍ ମଧ୍ୟ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ତାଙ୍କ ଗୋଷ୍ଠୀର ବିଧାୟକମାନଙ୍କ ଗହଣରେ ଉପସ୍ଥିତ ଥିବା ଆଜି ସକାଳେ ଦେଖାଯାଇଥିଲା। ସିନ୍ଦେ ଗୋଷ୍ଠୀର ବିଧାୟକମାନଙ୍କ ସହ ହୋଟେଲ୍ରୁ ବାହାରି ସେ ବିଧାନସଭାରେ ପହଞ୍ଚିଥିଲେ। ସେ ମଧ୍ୟ ସିନ୍ଦେଙ୍କୁ ସମର୍ଥନ ଜଣାଇ ଭୋଟ୍ ଦେଇଛନ୍ତି। ସେପଟେ, ଜେଲ୍ରେ ଥିବାରୁ ଆଜିର ଏହି ‘ଫ୍ଲୋର୍ ଟେଷ୍ଟ୍’ରେ ‘ଏନ୍ସିପି’ ବିଧାୟକ ନବାବ ମଲ୍ଲିକ ଏବଂ ଅନୀଲ ଦେଶମୁଖ ଭୋଟ୍ ଦେଇ ପାରିନାହାନ୍ତି। ଏହାଛଡ଼ା, ସମାଜବାଦୀ ପାର୍ଟି ଏବଂ ‘ଏଆଇଏମ୍ଆଇଏମ୍’ର ବିଧାୟକମାନେ ଆଜିର ‘ଫ୍ଲୋର୍ ଟେଷ୍ଟ୍’ରେ ଭୋଟ୍ ଦେଇ ନାହାନ୍ତି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..