ରିପୋର୍ଟ କାର୍ଡ / ଭୁବନେଶ୍ୱର
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସଂପୃକ୍ତି ରହିଛି। ଆଜି ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଥିଲେ, ବିଧିବଦ୍ଧ ଭାବେ ତଦନ୍ତ ପ୍ରକ୍ରିୟା ହେଉଛି। ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ମିଳିସାରିଛି। ଏହାକୁ ଭିତ୍ତିକରି ତଦନ୍ତ ଆଗେଇଛି। କେବଳ ମାମଲାରେ ଗୋବିନ୍ଦ ଓ ରାଧେଶ୍ୟାମର ସଂପୃକ୍ତି ଥିଲା। ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ପରେ ଏମାନଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛିା ଉଭୟ ଏବେ ବିଚାରାଧୀନ ବନ୍ଦୀ ଭାବେ କଣ୍ଟାବାଂଜି ଜେଲରେ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ-ମମିତା ମେହର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ କରିଥିଲେ ବିରୋଧୀ। ଏହାକୁ ନେଇ ସାରା ରାଜ୍ୟରେ ମମତା ଝଡ଼ ସୃଷ୍ଟି ହୋଇଥିଲା । ତେଣୁ ଏହି ତଥ୍ୟ ବିଧାନସଭାରେ ଉପସ୍ଥାପିତ ହେବା ପରେ ବିରୋଧୀଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….