ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ଯୁକ୍ତ ୩ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ସୁଭାଷିନୀ ମଲ୍ଲିକ। ସେ ଶୁକ୍ରବାରଠୁ ନିଖୋଜ ଥିବା ନେଇ ତାଙ୍କ ବାପା ଗତକାଲି କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ସେହିପରି କଲେଜ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଭେଟି ମଧ୍ୟ ଅଭିଯୋଗ ଜଣାଇଛନ୍ତି ଛାତ୍ରୀଙ୍କ ବାପା। ଏହାସହ ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣଙ୍କୁ ଦାୟୀ କରିଛନ୍ତି। ସୁଭାଷିନୀଙ୍କୁ ତାଙ୍କ ମାମୁ ହଷ୍ଟେଲରୁ ନେଇଥବା ରେଜିଷ୍ଟ୍ରରରେ ଉଲ୍ଲେଖ ରହିଛି। ତେବେ ଛାତ୍ରୀ ଜଣକ ଜାଣିଶୁଣି ନିଜ ମାମୁଙ୍କ ନାଁରେ ନକଲି ଦସ୍ତଖତ କରି କ୍ଲାସ କରିବାକୁ ଯିବା ପରେ ଆଉ ହଷ୍ଟେଲ ଫେରିନଥିବା ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି। ପୁଲିସ ସୁଭାଷିନୀଙ୍କୁ ଖୋଜାଖୋଜି କରିବା ସହ ଘଟଣାର ତଦନ୍ତ କରୁଛି। ହଷ୍ଟେଲ ମାଟ୍ରନ୍ ବିଷ୍ଣୁପ୍ରିୟା ମିଶ୍ର କହିଛନ୍ତି, ଗତ ଶୁକ୍ରବାର କଲେଜ ଛୁଟିଥିଲା। ୟଶନିବାର ଦିନ ସେ କଲେଜ ଯାଇଥିଲା। ଆଉ ସେ କଲେଜରୁ ଫେରି ନାହିଁ। ତା’ପରେ ଆମେ ସୁଭାଷିନୀଙ୍କୁ ବହୁତ ଖୋଜାଖୋଜି କରିଥିଲୁ। କିନ୍ତୁ ପାଇ ନଥିଲୁ। ତା’ପରେ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲୁ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..