ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମହାରାଷ୍ଟ୍ରର ରାଜନୈତିକ ମହାଡ୍ରାମା ସରିବାର ନାଁ ନେଉନାହିଁ | ସୋମବାର ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟୀ ହୋଇଛନ୍ତି । ଏହାପରେ ଶିବସେନା ମୁଖ୍ୟ ଉଦ୍ଦବ ଠାକରେ ବିଜେପି ଉପରେ ବଡ ଅଭିଯୋଗ ଆଣିଛନ୍ତି । ବିଜେପି ତାଙ୍କ ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଏହାସହ ବିଜେପିକୁ ସାନି ନିର୍ବାଚନ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ । ଶିବସେନା ଭବନରେ ଜିଲ୍ଲା ସଭାପତିଙ୍କ ବୈଠକରେ ଉଦ୍ଧବ କହିଛନ୍ତି ଯେ, ବିଧାନସଭାକୁ ମନମାନି ଢଙ୍ଗରେ ଚଲାଇବା ସମ୍ବିଧାନ ପ୍ରତି ଅଫମାନ ସଦୃଶ ଅଟେ । ଯଦି ସିନ୍ଦେ ଓ ବିଜେପି ଲଢେଇ କରିବାକୁ ଚାହୁଁଛନ୍ତି ତେବେ କିଛି ଅସୁବିଧା ନାହିଁ । ବିଜେପି ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି । ବିଜେପିର ଦମ୍ ଥିଲେ ସାନି ନିର୍ବାଚନ କରୁ । ଯଦି ସେ ଭୁଲ ଥିବେ ତେବେ ଲୋକେ ହିଁ ଘରକୁ ପଠାଇଦେବେ । ଯଦି ବିଜେପି-ଏକନାଥ ଭୁଲରେ ଅଛନ୍ତି ଲୋକେ ଏହାର ଜବାବ ଦେବେ । ଏହାସହ ଉଦ୍ଧବ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସମ୍ବିଧାନକୁ ପାଳନ କରାଯାଉ ନାହିଁ । ତେବେ ସେ ଜିଲ୍ଲା ସଭାପତିଙ୍କୁ ଦଳ ସହ ରହିବାକୁ ନିବେଦନ ମଧ୍ୟ କରିଛନ୍ତି ।






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..