ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ଅଧିବେସନର ତୃତୀୟ ଦିନ ଶୂନ୍ୟକାଳରେ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ସରକାରୀ ଅଧିକାରୀଙ୍କ ତଥ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗୃହରେ ବିବୃତି ରଖି ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ’| ରାଜ୍ୟରେ ମଦ୍ୟପାନ କରୁଥିବା ମହିଳାଙ୍କ ସଂଖ୍ୟା ବଢୁଥିବା ନେଇ ସୌମ୍ୟ ପ୍ରଶ୍ନ କରିଥିଲେ | ଏହା ଉପରେ ସରକାରୀ ଅଧିକାରୀ ରଖିଥିବା ତଥ୍ୟକୁ ନେଇ ସୌମ୍ୟ ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି, ସରକାରୀ ଅଧିକାରୀମାନେ ଭୁଲ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ । ମିଛୁଆ ହୋଇ ଆମେ ବିଧାନସଭାରେ ରହିବୁ କାହିଁକି। ସରକାରୀ ଅଧିକାରୀ ମାନେ କାହିଁକି ମିଛ କହୁଛନ୍ତି | ସେହିପରି ଜଳ ସଂରକ୍ଷଣ ନେଇ ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମହାନଦୀକୁ ନେଇ ଆମେ ଛତିଶଗଡ଼ ନାଁରେ ଅଭିଯୋଗ କରୁଛୁ। କିନ୍ତୁ ମହାନଦୀ ଏବଂ ଅନ୍ୟ ନଦୀଗୁଡ଼ିକର ଜଳକୁ ସଂରକ୍ଷଣ କରାଯାଉ ନାହିଁ। କୁଆଖିଆ ନଦୀର ପାଣିକୁ ରୋକା ଯାଉ ନାହିଁ। ପାଣି ସମୁଦ୍ରକୁ ପଳାଉଛି। ତେଣୁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ କୁଆଖାଇରେ ବ୍ୟାରେଜ ନିର୍ମାଣ କରନ୍ତୁ। ଭୁବନେଶ୍ୱର ଚାରି ପାଖରେ ଜଳ ସଂରକ୍ଷଣ ପାଇଁ କଣ ବ୍ୟବସ୍ଥା କରାଯାଇଛି? ଜଳ ସଂରକ୍ଷଣ ହେଲେ ରାଜଧାନୀର ତାପମାତ୍ରା କମିବ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….