Report Card Odisha

| Daily Odia News

ରଣେନ୍ଦ୍ର-ବିଷ୍ଣୁ-ତାରା ମୁହାଁମୁହିଁ…..

ରିପୋର୍ଟ କାର୍ଡ /ଭୁବନେଶ୍ୱର

ବିଧାନସଭାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ପ୍ରସଙ୍ଗକୁ ନେଇ ଶାସକ ବିରୋଧୀ ମୁହାଁମୁହିଁ | ବିଜେପି ଉପ-ନେତା ବିଷ୍ଣୁ ସେଠୀ, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଭିତରେ ଜବାବ-ସୁଆଲ୍ ହୋଇଥିବା ଦେଖିବାକୁ ମିଳିଥିଲା। ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷାରୋପ କରିଥିବା ବେଳେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ନେଇ ଦାବି କରିବାକୁ ମତ ରଖିଥିଲା। କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇ ଏମଏସପି ବଢ଼ାଉ ନାହାନ୍ତି ବୋଲି ବିଜେଡି ଓ କଂଗ୍ରେସ ବିଧାୟକ କହିବା ପରେ ଏହି ପ୍ରସଂଗକୁ ନେଇ ବରିଷ୍ଠ ବ‌ିଜେପି ନେତା ବିଷ୍ଣୁ ସେଠୀ ନିଜର ମତ ରଖିଥିଲେ। ସେ କହିଥିଲେ- ‘ସବୁ କଥାରେ କେନ୍ଦ୍ର ସରକାରଙ୍କ ଉପରକୁ ବଲ୍‌ ଗଡାଇବା ଠିକ ନୁହେଁ । ରାଜ୍ୟ ସବୁ କଥାରେ ମୋ ସରକାର, ମୋ ବସ୍‌, ମୋ ସାଇକେଲ ଯୋଜନା କରୁଛନ୍ତି। କିନ୍ତୁ ଚାଷ କ୍ଷେତ୍ରରେ ମୋ ଶୀତଳ ଭଣ୍ଡାର, ମୋ ଚାଷୀର ଉତ୍ପାଦନ କରୁନାହାନ୍ତି କାହିଁକି? ସବସିଡି ଦେଉଛନ୍ତି, ସବୁ ସହାୟତା କରୁଛନ୍ତି ବୋଲି କହୁଛନ୍ତି ମାତ୍ର ଜଣେ ଯୁବ ଇଞ୍ଜିନିୟର ଆସିଲେ ଏ ବାବୁରୁ ସେ ବାବୁ ପାଖକୁ ଦଉଡ଼ି ଦଉଡି ଆତ୍ମହତ୍ୟା କରୁଛନ୍ତି। ସରୁ ଚାଉଳର କେତୋଟି ପ୍ଲାଣ୍ଟ ଓଡ଼ିଶାରେ ଅଛି |’ବରଗଡ଼ରେ ଯେଉଁ ୧୦୦ ଟଙ୍କା ବୋନସ୍ ଘୋଷଣା କରାଯାଇଥିଲା ତାହା କୁଆଡେ ଗଲା | ଆନ୍ଧ୍ରପ୍ରଦେଶରୁ ଫୁଲ, ଆଳୁ ଆସୁଛି। ଆନ୍ଧ୍ରରୁ ଫୁଲ ନ ଆସିଲେ ମନ୍ତ୍ରୀଙ୍କ ବେକରେ ମାଳ ପଡ଼ିବନି ବୋଲି ଆଦି କଥା କହି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବିଷ୍ଣୁ।ସେପଟେ ବିଷ୍ଣୁଙ୍କୁ ପ୍ରତ୍ୟୁତ୍ତର କରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ‘୨୦୧୪ ମସିହାରେ ଆପଣ ନିର୍ବାଚନ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କୁଆଡେ ଗଲା? ନିଜ ବାକ୍ୟ ନିଜେ ରକ୍ଷା କର। ୨୦୧୭ ପରଠୁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଏମଏସପି ବଢ଼ାଇବା ଲାଗି ଦାବି କରି ଆସୁଛନ୍ତି । ମାତ୍ର ତାହା କାର୍ଯ୍ୟରେ ପରିଣତ ହୋଇ ନାହିଁ।’ ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରି କହିଛନ୍ତି କି ମନ୍ତ୍ରୀ ସଂକଳ୍ପ ଆଣନ୍ତୁ ଯେ ସମସ୍ତ ବିଧାୟକ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା। ସେ ଯଦି ନ ଶୁଣିବେ ତାଙ୍କ ଅଫିସ ଆଗରେ ଧାରଣା ଦେବା।

Breaking News