ରିପୋର୍ଟ କାର୍ଡ / ବାଲେଶ୍ୱର
ବାଲେଶ୍ବରରେ ଟଙ୍କା ତିଆରି କାଗଜ କାରଖାନା ପ୍ରତିଷ୍ଠା ହେବ | ସେଥି ପାଇଁ ମଙ୍ଗଳବାର ଦିନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୩ ଜଣିଆ ଟିମ୍ ବାଲେଶ୍ବର ଗସ୍ତକାରି ଜମି ଅନୁଧ୍ୟାନ କରିଛନ୍ତି। ଏହି ଟିମ୍ ରେମୁଣା ତହସିଲ ଅଧୀନ ଚଷାଖଣ୍ଡ ପଞ୍ଚାୟତର ପଦାବଡ଼ଗାଁ ମୌଜାରେ ଥିବା ସରକାରୀ ଜମି ଅନୁଧ୍ୟାନ କରିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକଙ୍କ ସହ ଏହି ଟିମ୍ ରେମୁଣା ଅତିରିକ୍ତ ତହସିଲଦାର ଓ ରାଜସ୍ବ ନିରୀକ୍ଷକଙ୍କୁ ସାଙ୍ଗରେ ନେଇ ପଦାବଡ଼ଗାଁ ବୁଲି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ଆରବିଆଇର ୩ ଜଣିଆ ଟିମ୍ ସହିତ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକଙ୍କ ସମେତ ଭୁବନେଶ୍ବରରୁ ଆସିଥିବା ଇଡ୍କୋ ଅଧିକାରୀ, ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ପୁଣି ପ୍ରସ୍ତାବିତ ସ୍ଥାନ ବୁଲି ଦେଖିଥିଲେ। ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନରେ ପ୍ରାୟ ୧୦୦ ଏକର ଜମିର ଆବଶ୍ୟକତା ରହିଛି। ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ଚୟନ କରିବା ପରେ କାର୍ଯ୍ୟ ଆରମ୍ଭ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମି ଇଡ୍କୋକୁ ହସ୍ତାନ୍ତର ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଆରବିଆଇ ଏହି ଜମି ନେଇ ଟଙ୍କା ତିଆରି କାଗଜ କାରଖାନା କାମ ଆରମ୍ଭ କରିବ ବୋଲି ଜଣାପଡ଼ିଛି।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..