ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣିଥରେ ଅମରନାଥ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଛି । ଖରାପ ପାଗ ଯୋଗୁ ଆଜି ଠାରୁ ଅମରନାଥ ଯାତ୍ରା ସ୍ଥଗିତ ରଖାଯାଇଥିବା ନେଇ ସୂଚନା ମିଳିଛି | ଉଭୟ ପହଲଗାମ ଓ ବାଲତଲ ମାର୍ଗ ଦେଇ ନୂଆ ବ୍ୟାଚକୁ ଯିବାକୁ ଅନୁମତି ଦିଆଯାଇନାହିଁ । ଗତ ଶୁକ୍ରବାର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ବନ୍ୟା ଆସିବାରୁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ହୋଇଯାଇଥିଲେ । ଏହାପରେ ଯାତ୍ରାକୁ ସାମୟିକ ସ୍ଥଗିତ ରଖାଯାଇଥିଲା । ସୋମବାରଠାରୁ ପୁଣି ଅମରନାଥ ଯାତ୍ରା ଆରମ୍ଭ ହୋଇଥିବା ବେଳେ ଆଜି ପୁନର୍ବାର ଖରାପ ପାଗ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..