ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । ହେବାକୁ ଥିବା ଫିଜିକ୍ସ କୋର୍-୧୪ର ପ୍ରଶ୍ନପତ୍ର ଲିକ୍ ହୋଇଛି | ତେଣୁ ପରୀକ୍ଷା ବାତିଲ ଥିବା ସୂଚନା ମିଳିଛି । ପରୀକ୍ଷା କେବେ ହେବ ସେନେଇ ଜଣାଇଦିଆଯିବ |ଏନେଇ ପରୀକ୍ଷା ନିୟନ୍ତ୍ରକ ରବୀନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅନ୍ୟପଟେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ପରେ ଗୁରୁବାର ବାତିଲ ହୋଇଥିବା ଏଜୁକେସନ୍ କୋର୍-୧୪ ପରୀକ୍ଷା ଆସନ୍ତା ୧୯ରେ କରାଯିବ । ଏନେଇ ନୋଟିସ୍ ଜାରି କରିଛି ସମ୍ବଲପୁର ବିଶ୍ବବିଦ୍ୟାଳୟ । ନୋଟିସ୍ ମାଧ୍ୟମରେ ୨୦୫ଟି କଲେଜର ପ୍ରିନ୍ସିପାଲମାନଙ୍କୁ ଅବଗତ କରାଯାଇଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….