Report Card Odisha

| Daily Odia News

ସଂସଦରେ ଦେଇପାରିବେନି ଧାରଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଏଣିକି ଆଉ ସଂସଦରେ ଧାରଣା ଦେଇପାରିବେନି | ଧାରଣା ଦେବାକୁ ଅନୁମତି ଦିଆଯିବ ନାହିଁ | ମୌସୁମୀ ଅଧିବେଶନ ଆଗରୁ ରାଜ୍ୟସଭା ମହାସଚିବ ଜାରି କରିଥିବା ସଦ୍ୟତମ ଆଦେଶରେ ଉଲ୍ଲେଖ ଅଛି। ରାଜ୍ୟସଭା ମହାସଚିବ ପି.ସି. ମୋଦୀଙ୍କ ଉକ୍ତ ଆଦେଶନାମାକୁ ‘ଏଆଇସିସି’ର ସାଧାରଣ ସଚିବ ଜୟରାମ ରମେଶ ଟୁଇଟର୍‌ରେ ସେୟାର୍‌ କରିଛନ୍ତି। ପୋଷ୍ଟ୍‌ କରିଥିବା ଆଦେଶନାମା ଫଟୋର ପରିଚୟୋକ୍ତିରେ (କ୍ୟାପ୍‌ସନ୍‌) ସେ ଲେଖିଛନ୍ତି: ବିଶ୍ବଗୁରୁଙ୍କ ସଦ୍ୟତମ ଅସ୍ତ୍ର- ‘ଡ (ଧା)ର୍‌ନା ମନା ହୈ!’ ରାଜ୍ୟସଭା ମହାସଚିବଙ୍କ ସଦ୍ୟତମ ଆଦେଶନାମା ଅନୁସାରେ, ପାର୍ଲାମେଣ୍ଟ୍‌ର ସଦସ୍ୟମାନେ ପାର୍ଲାମେଣ୍ଟ୍‌ ପରିସରକୁ ଧାରଣା ଦେବା କିଂବା ହରତାଳ କରିବା ନିମନ୍ତେ ବ୍ୟବହାର କରିପାରିବେ ନାହିଁ। ସେଥିରେ ଉଲ୍ଲେଖ ଅଛି: କ‌ୌଣସି ବିକ୍ଷୋଭ, ଧାରଣା, ଧର୍ମଘଟ, ଅନଶନ ଅଥବା କୌଣସି ଧାର୍ମିକ ଉତ୍ସବ ନିମନ୍ତେ ସଂସଦ ଭବନର ପରିସରକୁ ବ୍ୟବହାର କରିପାରିବେ ନାହିଁ। ଆଦେଶନାମା ଶେଷରେ ମହାସଚିବ ପି.ସି. ମୋଦୀ ସାଂସଦମାନଙ୍କ ସଦୟ ସହଯୋଗ କାମନା କରିଛନ୍ତି। ଜୁଲାଇ ୧୮ରେ ଆରମ୍ଭ ହେବାକୁ ଥିବା ମୌସୁମୀ ଅଧିବେଶନ ପୂର୍ବରୁ ପାର୍ଲାମେଣ୍ଟ୍‌ରେ ବ୍ୟବହାର ଅନୁପଯୋଗୀ ଶବ୍ଦ ଏବଂ ଅଭିବ୍ୟକ୍ତି ସଂକ୍ରାନ୍ତରେ ଏକ ସଂଶୋଧିତ ପୁସ୍ତିକା ପ୍ରକାଶ ପାଇଛି।

Breaking News