ରିପୋର୍ଟ କାର୍ଡ / ବଲାଙ୍ଗିର
ସୋନପୁର-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥରରେ କାର୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟଣା ପରଠୁ ବିବାଦରେ ଥିବା ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ନାଁରେ ମାମଲା ରୁଜୁ କରିଛି ସୋନପୁର ପୋଲିସ । ଅଭିଯୁକ୍ତକୁ ଅପରାଧରେ ସହଯୋଗ କରିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୋନପୁର ଏସ୍ପି ଅମରେଶ ପଣ୍ଡା ଏହି ସୂଚନା ଦେଇଛନ୍ତି। ଏହାସହ ସ୍ନିଗ୍ଧାରାଣୀ ସୁନାଙ୍କୁ ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷରେ ପୋଲିସ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟ ଜେଠୀଙ୍କୁ ଜାମିନ ମିଳିଛି। ଅଜୟଙ୍କୁ ତରଭା ଜେଏମ୍ଏଫ୍ସିରୁ ଜାମିନ ମିଳିଥିବା ତାଙ୍କ ଓକିଲ ଆଦି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଜୁଲାଇ ୧୨ ତାରିଖରେ ଅଜୟ ଜେଠୀଙ୍କୁ ଗିରଫ କରାଯାଇଥିଲା। ଅଜୟଙ୍କ ଡ୍ରାଇଭିଂ ଲାଇସେନ୍ସ ନ ଥିବାରୁ ତାଙ୍କ ନାଁରେ ଏମ୍ଭିଆଇ ଆକ୍ଟରେ ମାମଲା ରୁଜୁ କରାଯାଇଥିଲା।






More Stories
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..
୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….