ରିପୋର୍ଟ କାର୍ଡ / ସମ୍ବଲପୁର
ଆଜି ଖୋଲିବ ହୀରାକୁଦ ଗେଟ୍ | ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ୫ଟି ଗେଟ୍ ଖୋଲାଯିବ । ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ନଜରରେ ରଖି ଆଜି ବନ୍ୟାଜଳ ଛଡ଼ାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ବନ୍ୟାଜଳ ପ୍ରବେଶ ଯୋଗୁ ମହାନଦୀ ଓ ତାର ଶାଖା ନଦୀ ଫୁଲିବ । ଏଥିପାଇଁ ସତର୍କ ରହିବାକୁ ତଳମୁଣ୍ଡରେ ରହୁଥିବା ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି । ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଯେତିକି ପାଣି ଆସିବ ସବୁ ନିଷ୍କାସନ କରିବାକୁ ସ୍ଥିର ହୋଇଛି । ସେପଟେ, ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ୬୧୨.୧୦ ଫୁଟ୍ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ହାରାହାରି ୨୫ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରବିବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୯ ହଜାର ୪୩୦ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ଗେଟ୍ ଖୋଲିବା ବେଳକୁ ଜଳସ୍ତର ପ୍ରାୟ ୬୧୨ ଫୁଟ୍ ଯାଏ ପହଞ୍ଚିବାର ଆକଳନ କରାଯାଇଛି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..