ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୭୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୩୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୧୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯୯୨୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୭ଜଣ, ବାଲେଶ୍ୱର ୧୩, ବରଗଡ଼ ୭, ଭଦ୍ରକ ୮, ବଲାଙ୍ଗୀର ୧୦ , ବୌଦ୍ଧ ୧୧, କଟକ ୭୮, ଦେଓଗଡ଼ ୫, ଢେଙ୍କାନାଳ ୬, ଗଜପତି ୯, ଜଗତସିଂହପୁର ୧୩, ଯାଜପୁର ୨୬, ଝାରସୁଗୁଡ଼ା ୧୩, କଳାହାଣ୍ଡି ୧୨, କନ୍ଧମାଳ ୭, କେନ୍ଦ୍ରାପଡ଼ା ୧୩, କେନ୍ଦୁଝର ୧୦, ଖୋର୍ଦ୍ଧା ୨୧୮, କୋରାପୁଟ ୩ , ମୟୁରଭଞ୍ଜ ୨୯, ନବରଙ୍ଗପୁର ୭, ନୟାଗଡ଼ ୨୬, ନୂଆପଡ଼ା ଜଣେ, ପୁରୀ ୨୦, ରାୟଗଡ଼ା ୬, ସମ୍ବଲପୁର୫୭, ସୋନପୁର ଜିଲ୍ଲାରୁ ୧୪, ସୁନ୍ଦରଗଡ଼ ୧୪୧, ଷ୍ଟେଟ ପୁଲ୍ରୁ ୪୬ଜଣ ରହିଛନ୍ତି ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..