ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନଡିଏ ପକ୍ଷରୁ ଶନିବାର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ରବିବାର ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲଭା ହୋଇଛନ୍ତି ବିରୋଧିଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ। ଏ ସମ୍ପର୍କରେ ଆଜି ଏନସିପି ନେତା ଶରଦ ପାୱାର ଘୋଷଣା କରିଛନ୍ତି। ଗତକାଲି ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନ୍ଡିଏ। ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ହୋଇଛନ୍ତି ପ୍ରାର୍ଥୀ। ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏ ସମ୍ପର୍କରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଉପରାଷ୍ଚ୍ରପତି ନିର୍ବାଚନ ପାଇଁ ଗତ ଜୁଲାଇ ୫ରେ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିପାଇଁ ମନୋନୟନ ପତ୍ର ଦାଖଲର ଶେଷ ତାରିଖ ଜୁଲାଇ ୧୯ ରଖାଯାଇଛି । ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ଉଲ୍ଲେଖ ଯୋଗ୍ୟ-ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ। ସେ କର୍ଣ୍ଣାଟକ ନିବାସୀ। ମାର୍ଗାରେଟ୍ ଆଲଭା ଗୋଆ, ଗୁଜରାଟ, ରାଜସ୍ଥାନ ଏବଂ ଉତ୍ତରାଖଣ୍ଡ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ବରିଷ୍ଠ ନେତ୍ରୀ ଥିଲେ ଏବଂ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଯୁଗ୍ମ ସଚିବ ଥିଲେ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..