ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନ୍ଡିଏ ସମର୍ଥିତ ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ୍ ଧନଖଡ଼ ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି | ଆଜି ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନେକ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିଥିଲେ। ଉପ-ରାଷ୍ଟ୍ରପତି ଙ୍କୁ ସମର୍ଥନ କରିବା ନେଇ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟଙ୍କ ସହିତ କଥା ହୋଇଥିଲେ । ଜଗଦୀପ୍ଙ୍କୁ ସମର୍ଥନ ଦେବା ପାଇଁ ମୋଦୀ ନବୀନ୍ଙ୍କୁ ନିବେଦନ କରିଛନ୍ତି । ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଛନ୍ତି । ଜଗଦୀପ୍ଙ୍କ ନାମାଙ୍କନ ସମୟରେ ମଧ୍ୟ ବିଜେଡିର ସାଂସଦ ପିନାକୀ ମିଶ୍ର ଉପସ୍ଥିତ ରହିଥିଲେ | ଉଲ୍ଲେଖ ଯୋଗ୍ୟ ଆସନ୍ତା ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ। ଜୁଲାଇ ୧୯ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ଦିନ |






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..