ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କାର-ବାଇକ୍ ଓ ଅନ୍ୟାନ୍ୟ ଗାଡ଼ିଚାଳକନ୍କ ପାଇଁ ବଢ଼ିଲା ଅଡୁଆ | ଯଦି କୌଣସି ବ୍ୟକ୍ତି ରାସ୍ତାରେ ଭୁଲ୍ ଭାବରେ ପାର୍କିିଂ ହୋଇଥିବା ଗାଡ଼ିର ଫଟୋ ପଠାନ୍ତି, ତେବେ ତାଙ୍କୁ ୫୦୦ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଘୋଷଣା କରିଛନ୍ତି | ସରକାରଙ୍କ ପକ୍ଷରୁ ଏହି ଆଇନ ଖୁବଶୀଘ୍ର ଲାଗୁ ହେବ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ କଥା ଶୁଣିବା ପରେ ଗାଡି ମାଲିକମାନେ ଏହି ନିୟମକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । କିଛି ଲୋକ ଏହାକୁ ରୋଜଗାରର ଏକ ଭଲ ଉପାୟ କହୁଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଯିଏ ନିଜ ଗାଡିକୁ ଭୁଲ୍ ଭାବରେ ପାର୍କିଂ କରିବ, ତେବେ ତାଙ୍କୁ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । କେନ୍ଦ୍ର ଦ୍ୱାରା ଏଭଳି ଆଇନ ପ୍ରଣୟନ ହେବା ପରେ ରାସ୍ତାରେ ଟ୍ରାଫିକ୍ ଜାମ୍ ଏବଂ ଦୁର୍ଘଟଣା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ, ଭୁଲ ପାର୍କିଂର ଅଭ୍ୟାସକୁ ରୋକିବା ପାଇଁ ଏଭଳି ଆଇନ ଉପରେ ବିଚାର କରାଯାଉଛି । ଗଡକରୀ କହିଛନ୍ତି, ‘ମୁଁ ଏକ ଆଇନ ଆଣିବାକୁ ଯାଉଛି, ଯେଉଁଥିରେ ରାସ୍ତାରେ ଭୁଲ ଭାବେ ପାର୍କିଂ ହୋଇଥିବା ଗାଡିଠାରୁ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏଥି ସହିତ ଭୁଲ୍ ପାର୍କିଂ ହୋଇଥିବା ଗାଡିର ଚିତ୍ର ପଠାଉଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ପ୍ରଦାନ କରାଯିବ ।’






More Stories
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..
ହକି ଇଣ୍ଡିଆ ଡିଜିଙ୍କୁ ଜବାବ ମାଗିଲେ ଦିଲୀପ…..