ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ବଦଳିରେ ଅନିୟମିତତାକୁ ନେଇ ଅସନ୍ତୁଷ୍ଟ ଦେଖା ଦେଇଛି । ଏହା କୁ ନେଇ ବିରୋଧୀ ଦଳ ନେତା ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏଥିରେ ସେ ଏକ ଟ୍ୱିଟ୍ କରିଥିବା ବେଳେ କେବେ କେବେ ବୁଲ୍ଡୋଜର ବି ଓଲଟା ଚାଲିଥାଏ ବୋଲି ଉଲ୍ଲେଖ କରିଛନ୍ତି। କେବଳ ଏତିକି ନୁହେଁ ଅଖିଳେଶ ଟ୍ୱିଟ୍ରେ ଯୋଗୀଙ୍କ ମନ୍ତ୍ରୀ ଦିନେଶ ଖଟିକଙ୍କୁ ଇସ୍ତଫା ପରାମର୍ଶ ମଧ୍ୟ ଦେଇଛନ୍ତି। ଯେଉଁଠି ମନ୍ତ୍ରୀ ହେଲେ ସମ୍ମାନ ତ ନାହିଁ ବରଂ ଦଳିତ ହୋଇଥିବାରୁ ଅପମାନ ମିଳେ ବୋଲି ଅଖିଳେଶ ଟ୍ୱିଟ୍ରେ ଉଲ୍ଲେଖ କରିବା ଚର୍ଚ୍ଚାକୁ କୁ ଆସିଛି । ଏଣୁ ଅଖିଳେଶ ଏପରି ଭେଦଭାବପୂର୍ଣ୍ଣ ବିଜେପି ସରକାରରେ ଅନ୍ତତଃ ନିଜ ସମାଜର ମାନ ରଖିବା ପାଇଁ ଇସ୍ତଫା ଦେଇଦେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି। ଯୋଗୀ ସରକାରଙ୍କ ମନ୍ତ୍ରୀ ଦିନେଶ ଖଟିକଙ୍କ ଇସ୍ତଫା ସାମ୍ନାକୁ ଆସିବା ପରେ ଅଖିଳେଶ ଏହି ଟ୍ୱିଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଯୋଗୀ ସରକାରଙ୍କ ଜଳଶକ୍ତି ବିଭାଗ ରାଜ୍ୟମନ୍ତ୍ରୀ ଦିନେଶ ଖଟିକ ସରକାରରେ ଦଳିତଙ୍କୁ ଉଚିତ ମାନସମ୍ମାନ ମିଳୁନଥିବା ଦର୍ଶାଇ ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହା ଛଡା ସେ ତାଙ୍କର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଓ ରାଜଭବନକୁ ମଧ୍ୟ ପଠାଇଛନ୍ତି। ସେ ଦଳିତ ହୋଇଥିବାରୁ ବିଭାଗରେ ତାଙ୍କ କଥା କେହି ଶୁଣୁ ନଥିବା ଉଲ୍ଲେଖ କରିଛନ୍ତି। ଏପରିକି ତାଙ୍କୁ ବୈଠକର ସୂଚନା ଦିଆଯାଉନଥିବା ଓ ଡକାଯାଉନଥିବା କହିଛନ୍ତି। କେବଳ ରାଜ୍ୟମନ୍ତ୍ରୀ ଅଧିକାରରେ ତାଙ୍କୁ କେବଳ ଏକ ସରକାରୀ ଗାଡି ଦେଇ ଦିଆଯାଇଛି ବୋଲି କହିଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..