Report Card Odisha

| Daily Odia News

ଗୁଜରାଟରେ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୁଜରାଟରେ ବିଜୁଳି କାର୍ଡ ଖେଳିଲେ କେଜ୍ରିୱାଲ। ଦିଲ୍ଲୀ ଓ ପଞ୍ଜାବ ପରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଆଜି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମାଗଣା ବିଦ୍ୟୁତ୍ ନେଇ ଘୋଷଣା କରିଛନ୍ତି । ଦିଲ୍ଲୀ ଏବଂ ପଞ୍ଜାବରେ ମାଗଣା ବିଦ୍ୟୁତ୍ ଯୋଗାଣ ନେଇ ଆପ୍ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଏବେ ଗୁଜରାଟରେ ସମାନ ପ୍ରତିଶ୍ରୁତି ଦେଇ ସେ ଗୁଜରାଟକୁ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି। ଗୁଜରାଟରେ ଆପ ସରକାର ଗଢ଼ିଲେ ୩୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇବୁ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ। ଏହା ସହ ସମସ୍ତ ପୁରୁଣା ବିଲ୍ ମଧ୍ୟ ଛାଡ କରିବେ ବୋଲି କେଜ୍ରିୱାଲ କହିଛନ୍ତି। କିଛି ଦିନ ତଳେ ଅରିବନ୍ଦ କେଜ୍ରିୱାଲା ମାଗଣା ସୁବିଧାକୁ ରେବଡି (ବିଶେଷକରି ଉତ୍ତର ଭାରତରେ ମିଳୁଥିବା ଏକ ଲୋକପ୍ରିୟ ମିଠା) ସହ ତୁଳନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ବିକାଶ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ। ଏହାର ଜବାବ ଦେଇ କେଜ୍ରିୱାଲ କହିଛନ୍ତି ଯେ, ମୁଁ ଯେଉଁ ସୁବିଧା ଯୋଗାଉଛି ତାହା ରେବଡି ନୁହେଁ ବରଂ ପ୍ରସାଦ ବୋଲି କହିପାରିବା।ଜନସାଧାରଣଙ୍କୁ ମାଗଣାରେ ସୁବିଧା ଯୋଗାଇବା ଭଗବାନଙ୍କ ପ୍ରସାଦ ବୋଲି କୁହାଯାଏ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଯଦି ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ ହୁଏ, ତେବେ ମଦ ନିଷେଧକୁ ରଦ୍ଦ କରାଯିବ ନାହିଁ। ଏହାକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବ। ବର୍ତ୍ତମାନ ଏଠାରେ ମଦ ନିଷେଧ ଅଛି, କିନ୍ତୁ ଲୋକଙ୍କ ପାଇଁ ଏବେ ବି ମଦ ସହଜରେ ଉପଲବ୍ଧ ହେଉଛି।

Breaking News