ରିପୋର୍ଟ କାର୍ଡ / ମୟୁରଭଞ୍ଜ
ନଦୀ କୁ ଡେଇଁ ପ୍ରେମିକାର ଆତ୍ମହତ୍ୟା ଉଦ୍ୟମ ବିଫଳ । ଏପରି ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରୁ । ରରୁଆଁ ବ୍ଲକରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପ୍ରେମିକା ଭୁବନେଶ୍ୱର ଅଞ୍ଚଳରୁ ରରୁଆଁକୁ ଦେଖା କରିବାକୁ ଆସିଥିଲେ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ପ୍ରେମିକା ଜଣକ ଉତକ୍ଷୀପ୍ତ ହୋଇ ରରୁଆଁ ବଜାର ଠାରୁ ୨ କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସି ଖଈରୀଭଣ୍ଡନ ପୋଲ ଉପରୁ ନଦୀକୁ ଡେଇଁ ପଡିଥିଲେ । ଏହା ସହିନପାରି ପଛେ ପଛେ ପ୍ରେମିକ ମଧ୍ୟ ପୋଲ ଉପରୁ ତଳକୁ ଡେଇଁପଡିଥିଲା । ଫଳରେ ଉଭୟ ପ୍ରେମିକା ଓ ପ୍ରେମିକଙ୍କ ଜୀବନ ବଞ୍ଚିଯାଇଥିଲା । ଏ ସମୟର ଏକ ୧୯ ସେକେଣ୍ଡର ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏ ସମ୍ପର୍କରେ ରରୁଆଁ ବ୍ଲକରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ବି ସେ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି । ଏହି ଘଟଣା ଗତ ୧୬ ତାରିଖର । କାହିଁକି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । କାହିଁକି ପ୍ରେମିକା ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ତାହା ଜଣା ପଡିନାହିଁ ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..