ରିପୋର୍ଟ କାର୍ଡ / ଭୁବନେଶ୍ୱର
କୋଣାର୍କ ରୁ ଭୁବନେଶ୍ୱର ରୁଟ୍ରେ ଚାଲୁଥିବା ‘ମୋ ବସ୍’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ କରାଯାଇଛି । ନିମପାଡା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ଆସୋସିଏସନ ମୋ ବସ୍ ସେବାକୁ ବିରୋଧ କରିବା ପରେ କୋଣାର୍କ-ଭୁବନେଶ୍ୱର ଏବଂ ଅସ୍ତରଙ୍ଗ-ଭୁବନେଶ୍ୱର ମଧ୍ୟରେ ଘରୋଇ ବସ୍ ସେବା ବନ୍ଦ ହୋଇଥିବା ସୂଚନା ମିଳିଛି । ଯାହା ଫଳରେ ଅନେକ ଯାତ୍ରୀ ହଇରାଣ ହେଉଛନ୍ତି। ଭୁବନେଶ୍ୱରରୁ କୋଣାର୍କ ଚାଲୁଥିବା ମୋ ବସ୍ ସେବା ବିନା ପରମିଟ୍ରେ ଚାଲୁଥିବା ଅଭିଯୋଗ କରି କୋଣାର୍କ ଏବଂ ନିମାପଡା ବସ୍ ମାଲିକ ସଂଘ ଏହି ଆନ୍ଦୋଳନ କରୁଛନ୍ତି । ଏହାର ପ୍ରତିବାଦରେ କୋଣାର୍କ-ଭୁବନେଶ୍ୱର ଏବଂ କାକଟପୁର-ଭୁବନେଶ୍ୱର ଚାଲୁଥିବା ସମସ୍ତ ଘରୋଇ ବସ୍ ସେବାକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିଛି । ଏହା ସହିତ କୋଣାର୍କକୁ ଆସୁଥିବା ମୋ ବସ୍କୁ କୋଣାର୍କ ବସ୍ ଷ୍ଟାଣ୍ଡରେ ଅଟକ ରଖିଛନ୍ତି । ଫଳରେ କୋଣାର୍କରୁ ଭୁବନେଶ୍ୱର ଯାଉଥିବା ଯାତ୍ରୀ କିମ୍ବା ଦୈନିନ୍ଦିନ କାର୍ଯ୍ୟରେ ଯିବା ଆସିବା କରୁଥିବା ଯାତ୍ରୀ ପ୍ରଭାବିତ ହୋଇଛନ୍ତି ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..