ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଆଜିଠାରୁ ଖୋଲାଯାଉଛି ରଥ । ବିଶ୍ଵକର୍ମା ମହାରଣାଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାପରେ ତାଳଧ୍ଵଜ ଓ ପରେ ନନ୍ଦିଘୋଷ ରଥର ଖୋଲିବା କାର୍ଯ୍ୟ କରାଯିବ। ସେପଟେ ରବିବାରଠୁ ରଥ ଖୋଲା କାର୍ଯ୍ୟ ଆରମ୍ଭ ହେବାକୁ ଦୃଷ୍ଟିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶ୍ଵକର୍ମା ମହାରଣାଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନେ ରଥ ଭଙ୍ଗା କାର୍ଯ୍ୟ ଜାରି ରଖିବେ । ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ଲାଗି ଦୀର୍ଘ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତେବେ ଦୁଇ ବର୍ଷ ପରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଶାସନ ପକ୍ଷରୁ ମଧ୍ୟ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନିୟମିତ ଭାବେ ଟ୍ରାଫିକ୍ ଓ ଭିଡ଼କୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେଇଥିଲା ପ୍ରଶାସନ ଓ ପୋଲିସ ।






More Stories
ଡିଜିଟାଲ କ୍ରିଏଟରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ…..
ଅଙ୍ଗନବାଡି଼ କର୍ମୀଙ୍କୁ ମିଳିବ..…
୮ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି…..