ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ ଜରଂଗଲୋଇରେ ବସ୍-ଟ୍ରକ ଧକ୍କା ହୋଇଛି । ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ଏକ ସରକାରୀ ବସ ଜୟପୁରରୁ ରାଉଲକେଲା ଆସୁଥିବା ବେଳେ ସୁନ୍ଦରଗଡ ଜରଂଗଲୋଇ ଠାରେ ଦୁର୍ଘଟଣା ଘଟିଛି । ବସରେ ୪୦ ରୁ ୫୦ ଜଣ ଯାତ୍ରୀ ଥିଲେ । ଦୁର୍ଘଟଣାରୁ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ବସ ଭିତରେ ଡ୍ରାଇଭର ଚାପି ହୋଇ ରହି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାରକରି ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….