Report Card Odisha

| Daily Odia News

ମଦ ବଦଳରେ ପିଇଲେ କେମିକାଲ,୨୮ ମୃତ୍ୟୁ……

ରିପୋର୍ଟ କାର୍ଡ / ‌ନୂଆଦିଲ୍ଲୀ

ଗୁଜରାଟରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି । ଗୁଜୁରାଟ ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ସମସ୍ତ ଲୋକଙ୍କୁ ମଦ ବଦଳରେ ବୋତଲରେ କେମିକାଲ ଦିଆଯାଇଥିଲା । ଏହି କେମିକାଲକୁ ପିଇବା ଦ୍ୱାରା ରବିବାର ଦିନ ସମସ୍ତଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ଏହି ମାମଲାର ଯାଞ୍ଚ ପାଇଁ ଗଠିତ ଏସଆଇଟିର ପ୍ରାରମ୍ଭିକ ତଦନ୍ତ ଓ ସନ୍ଦିଗ୍ଧଙ୍କୁ ପଚରାଉଚରା ପରେ ଅନେକ ଜିନିଷ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଇମୋସ୍ ନାମକ ଏକ କମ୍ପାନୀ ମିଥାଇଲ୍ ସପ୍ଲାଏ କରିଥିଲା । ଏହି ମିଥାଇଲ ସେହି ବୋତଲରେ ଥିଲା, ଯାହାକୁ ଲୋକମାନେ ପିଇଥିଲେ । ଗୋଦାମର ମ୍ୟାନେଜର ଜୟଶ ଛଦ୍ମନାମ ରାଜୁ ଜଣେ ସମ୍ପର୍କୀୟ ସଞ୍ଜୟଙ୍କୁ ୬୦,୦୦୦ ଟଙ୍କାରେ ୨୦୦ ଲିଟର ମିଥାଇଲ ଦେଇଥିଲେ । କୁହାଯାଏ ଯେ, ସଞ୍ଜୟ ଏବଂ ତାଙ୍କ ସହଯୋଗୀ ପିଣ୍ଟୁ ଏହା ପରେ ମିଥାଇଲରେ ଭର୍ତ୍ତି ପାଉଚକୁ ବିକ୍ରି କରିଥିଲେ । ଏହି ପାଉଚଗୁଡିକ ଦେଶରୀ ଆଲହୋକଲ ନାଁରେ ବିକ୍ରି କରାଯାଇଥିଲା । ଯାହାକୁ ପିଇବା ପରେ ଲୋକମାନେ ରୋଗରେ ପଡିଥିଲେ । ବୋଟାଦ ଜିଲ୍ଲାର ରୋଜିଦ୍ ଗାଁରେ ବିଷାନ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । କିଛି ଲୋକଙ୍କର ଏବେବି ଚିକିତ୍ସା ଚାଲିଥିବା ଜଣପଡିଛି ।

Breaking News