Report Card Odisha

| Daily Odia News

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଙ୍ଗରକ୍ଷୀ ଓଡ଼ିଆ ପୁଅ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ମୁଖ୍ୟ ଅଙ୍ଗରକ୍ଷୀ ହେଲେ ଓଡ଼ିଆ ପୁଅ | କର୍ଣ୍ଣଲ ଷ୍ଟାଲିନ ମହାନ୍ତି ହେଉଛନ୍ତି ମହାମହିମଙ୍କ ଅଙ୍ଗରକ୍ଷୀ | ରାଷ୍ଟ୍ରପତି ଭାବେ ଶପଥ ନେବାପରେ ଦ୍ରୌପଦୀ ମୁର୍ମୁଙ୍କୁ ଯେତେ ବେଳେ ଗାର୍ଡ ଅଫ ଅର୍ଣ୍ଣର ଦିଆଯାଉଥିଲା ସେହି ଗାଡ଼ିରେ ଥିଲେ ଷ୍ଟାଲିନ | ସୂଚନା ଅନୁସାରେ -କଟକ ଜିଲ୍ଲା କଣ୍ଟାପଡା ଶଙ୍ଖୁଆ ହେଉଛି ଷ୍ଟାଲିନ ମହାନ୍ତି ଙ୍କ ଘର | ରାଷ୍ଟ୍ରପତିଙ୍କ ଜନ୍ମ ମୟୂରଭଞ୍ଜରେ ହୋଇଥିବା ବେଳେ ଷ୍ଟାଲିନ ଉଦଳାରେ ପାଠପଢିଛନ୍ତି | ପିଲାଟିଦିନରୁ ଷ୍ଟାଲିନ ଜଣେ ମେଧାବୀ ଛାତ୍ର ଥିଲେ | ୧୯୯୩ ରୁ ୨୦୦୦ ଯାଏଁ ସେ ଭୁବନେଶ୍ୱର ସୈନିକ ସ୍କୁଲରେ ପାଠପଢିଥିଲେ | ପ୍ରବେଶିକା ପରୀକ୍ଷାରେ ସେ ରାଜ୍ୟର ତୃତୀୟ ସ୍ଥାନ ଅଧିକାର କରିଥିଲେ | ୨୦୦୦ରୁ ୨୦୦୦୩ ଯାଏଁ ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ସାମିଲ ହୋଇଥିଲେ | ୨୦୦୦୪ରେ ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଉତୀର୍ଣ୍ଣ ହୋଇଥିଲେ |

Breaking News