Report Card Odisha

| Daily Odia News

ପଦ୍ମ ଧରିଲେ କୁଲଦୀପ ବିଷ୍ଣୋଇ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଯାଇଛି ଦଳଡିଆଁ | ଆଦମପୁରର ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ସେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। କୁଲଦୀପ ବିଷ୍ଣୋଇ କଂଗ୍ରେସ ଛାଡ଼ିବା ପରେ ବୁଧବାର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ସହ ତାଙ୍କ ପୁଅ ଭବ୍ୟ ବିଷ୍ଣୋଇ, ମାଆ ଜସମା ଦେବୀ ଏବଂ ପତ୍ନୀ ରେଣୁକା ବିଷ୍ଣୋଇ ମଧ୍ୟ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। କୁଲଦୀପ ସ୍ପଷ୍ଟ କରିଛନ୍ତି ଯେ, ଆଗକୁ ସେ ଏବଂ ତାଙ୍କ ପୁଅ ରାଜନୀତି କରିବେ। ତାଙ୍କ ପତ୍ନୀ ରେଣୁକା ନିର୍ବାଚନ ଲଢିବେ ନାହିଁ। ବିଜେପିରେ ଯୋଗଦେବା ପରେ କୁଲଦୀପ ବିଷ୍ଣୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ଭାବରେ ବର୍ଣ୍ଣନା କରି କୁଲଦୀପ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ନୂତନ ନୀତି ମୋତେ ପ୍ରଭାବିତ କରିଛି।

 

Breaking News