ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାତ୍ରା ଚୌଲ ଜମି ଦୁର୍ନୀତି ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା | ତାଙ୍କ ରିମାଣ୍ଡ ଅବଧିକୁ ଆଜି ମୁମ୍ବାଇର ଗୋଟିଏ କୋର୍ଟ ଆସନ୍ତା ୮ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ଅଗଷ୍ଟ ୮ ଯାଏ ସଞ୍ଜୟ ରାଉତ ଇଡି ହେପାଜତରେ ରହି ଜେରାର ସମ୍ମୁଖୀନ ହେବେ। ଗୋରେଗାଓଁ ଉପକଣ୍ଠରେ ଥିବା ପାତ୍ରା ଚୌଲର ନିବୀକରଣ ନାଁରେ ଦୁର୍ନୀତି ହୋଇଥିବା ଇଡି ଅଭିଯୋଗ କରିଛି। ଏଥିପାଇଁ ରବିବାର ମଧ୍ୟରାତ୍ରରେ ଇଡି ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଇଡି ହେପାଜତରେ ରହିଛନ୍ତି। ରବିବାର ଗିରଫ ପରେ ସୋମବାର ସକାଳୁ ଇଡିର ଅଧିକାରୀମାନେ ସଞ୍ଜୟ ରାଉତଙ୍କୁ ପିଏମଏଲଏ କୋର୍ଟର ବିଚାରପତି ଏମସି ଦେଶପାଣ୍ଡେଙ୍କ ଆଗରେ ହାଜର କରି ୮ ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲେ।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..