ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନବନବବିବାହିତା ପତ୍ନୀଙ୍କୁ ଏସିଡ୍ ପିଆଇ ହତ୍ୟା କଲା ସ୍ୱାମୀ। ଏଭଳି ହତ୍ୟାକାଣ୍ଡ ଘଟିଛି ବିହାର ବେଗୁସରାଇରେ। ମୃତ ଯୁବତୀଙ୍କ ବୟସ ୨୧ ବର୍ଷ ହୋଇଥିବା ବେଳେ ତାଙ୍କ ନାମ ଅଞ୍ଜଳି ବୋଲି ପ୍ରାଥମିକ ତଦନ୍ତରୁ ଖବର ମିଳିଛି। ୨ ଲକ୍ଷ ଟଙ୍କା ଓ ବାଇକ ଯୌତୁକ ନଆଣିବାରୁ ନବବିବାହିତା ଅଞ୍ଜଳିଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଥିବା ବେଳେ ତାଙ୍କ ଶାଶୁ,ଶ୍ୱଶୁର ଫେରାର ହୋଇ ଯାଇଛନ୍ତି। ସୂଚନା ଯୋଗ୍ୟ, ୩ ମାସ ତଳେ ମେ’୨ରେ ଉକ୍ତ ଯୁବତୀଙ୍କ ବିବାହ ହୋଇଥିଲା। ବାହାଘରର ଅଳ୍ପ ଦିନ ପରେ ୨ଲକ୍ଷ ଟଙ୍କା ଓ ବାଇକ ପାଇଁ ଦାବି କରାଯାଇଥିଲା। ଏହାକୁ ନେଇ ସ୍ୱାମୀ ଓ ଶାଶୁଘର ଲୋକେ ଅଞ୍ଜଳିଙ୍କୁ ମାରମିଟ୍ କରୁଥିଲେ। ଗତ ୨୮ ତାରିଖରେ ଅଞ୍ଜଳିଙ୍କୁ ମାଡ ମାରି ଏସିଡ ଢାଳି ଦେଇଥିଲେ। ଏସିଡ ଢାଳିବା ସହ ଏସିଡ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ। ମାଡରୁ ବର୍ତ୍ତିବାକୁ ଏସିଡ ପିଇ ଦେଇଥିଲେ ଅଞ୍ଜଳି। ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଞ୍ଜଳିଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣାର ତଦନ୍ତ ଚାଲୁ ରହିଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..