Report Card Odisha

| Daily Odia News

ବିଷାକ୍ତ ମଦ ପିଇ ୭ ମୃତ୍ୟୁ, ୧୫ ଗୁରୁତର…..

ରିପୋର୍ଟ କାର୍ଡ / ବିହାର

ବିଷାକ୍ତ ମଦ୍ୟପାନ କରି ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଅସୁସ୍ଥ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମଦମୁକ୍ତ ରାଜ୍ୟ ବିହାରରେ । ଆହତଙ୍କ ମଧ୍ୟରୁ କେତେକ ଦୃଷ୍ଟି ଶକ୍ତି ହରାଇ ଥିବା ଜଣାପଡ଼ିଛି । ମାକେର ପୋଲିସ ଷ୍ଟେସନ ଅଧିନରେ ଏହି ଘଟଣା ଘଟିଥିବା ସରନ ଜିଲ୍ଲାପାଳ ରାଜେସ ମିନା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗାଁ ଲୋକମାନେ ବିଷାକ୍ତ ମଦ୍ୟପାନ କରିଥିବା ଜଣାପଡ଼ିଛି। ତେବେ ଏହି ମଦ୍ୟପାନ କରିବା ପରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କର ପାଟନା ହସପିଟାଲରେ ମୃତ୍ୟୁ ଘଟିଛି। ସେହିପରି ଗୁରୁତର ରୋଗୀମାନଙ୍କର ଚିକିତ୍ସା ଚାଲିଛି । ଆହତମାନଙ୍କ ମଧ୍ୟରୁ ୧୦ ଜଣ ଦୃଷ୍ଟି ଶକ୍ତି ହରାଇଥିବା ଜଣାପଡ଼ିଛି। ସରନ ଏସପି ସନ୍ତୋଷ କୁମାର କହିଛନ୍ତି ଯେ, ମାକେର ଇଲାକାରେ ରେଡ ଜାରି ରହିଛି। ଉକ୍ତ ଅଞ୍ଚଳରୁ କେତେକ ମଦ ବୋତଲ ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ନାଗପଞ୍ଚମୀ ଅବସରରେ ମଦ୍ୟପାନ କରିବା ଏଠିକାର ପରମ୍ପରା। ଏହି ବାହାନାରେ ସୁଯୋଗ ନେଇ କେତେକ ମଦବେପାରୀ ନକଲି ମଦ ବିକ୍ରି କରିଥିଲେ। ଯାହାକୁ ପିଇ ଏଭଳି ଅଘଟଣ ଘଟିଛି।

Breaking News