ରିପୋର୍ଟ କାର୍ଡ / ଭୁବନେଶ୍ୱର
ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଆଜି ଭୋରରୁ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଲାଞ୍ଚ କାରବାର ମାମଲାର ଅଭିଯୁକ୍ତ ତାଲିକାରେ ଅଛନ୍ତି ଚର୍ଚ୍ଚିତ ମିଶ୍ର। ସିବିଆଇ କାର୍ଯ୍ୟାଳୟରେ ହାଜର ହେବାପରେ ତାଙ୍କର ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ଲାଞ୍ଚ କାରବାର ମାମଲାରେ ସିବିଆଇ ଗତକାଲି ୪ଜଣ ଅଭିଯୁକ୍ତକୁ ଗିରଫ କରିବାପରେ ଚର୍ଚ୍ଚିତଙ୍କୁ ସିବିଆଇ ପଚରାଉଚରା ପାଇଁ ଖୋଜିଥିଲା। ହେଲେ ସେ ବ୍ୟବସାୟିକ କାମରେ ବାହାରକୁ ଯାଇଥିବା ସିବିଆଇକୁ କୁହାଯାଇଥିଲା। ତୁରନ୍ତ ଚର୍ଚ୍ଚିତଙ୍କୁ ସିବିଆଇ ନିକଟରେ ହାଜର ହେବାରୁ ନିର୍ଦ୍ଦେଶ ରହିଥିଲା। ଗତକାଲି ରାତିରେ ଚର୍ଚ୍ଚିତ ଘରେ ପହଞ୍ଚିବା ପରେ ଆଜି ସକାଳେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ତାଙ୍କୁ ସିବିଆଇ ପଚରାଉଚରା କରୁଥିବା ସୂଚନା ମିଳିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..