ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ହଠାତ୍ ଚାଇନାର ହଓ୍ବାଇରେ ଲକ୍ଡାଉନ୍ ଘୋଷଣା କରାଯାଇଛି | ଦ୍ୱୀପରେ ୮୦ ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ହଓ୍ବାଇର ଡେପୁଟି ମେୟର୍ ଏହି ସୂଚନା ଦେଇଛନ୍ତି। ପର୍ଯ୍ୟଟକମାନଙ୍କୁ ୭ ଦିନ ରହିବା ପାଇଁ ପ୍ରଶାସନ କୁହାଯାଇଥିବା ବେଳେ ସ୍ଥାନ ଛାଡ଼ିବା ପୂର୍ବରୁ କୋଭିଡ୍ ପରୀକ୍ଷା କରିବାକୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ସମର ଭାକେଶନ ପାଇଁ ହଓ୍ବାଇ ବିଚ୍ ଏବଂ ତତ୍ସଂଲଗ୍ନ ଅଞ୍ଚଳରେ ଥିବା ହାଇଏଣ୍ଡ ହୋଟେଲରେ ପର୍ଯ୍ୟଟକଙ୍କ ସମାଗମ ଲାଗି ରହିଥାଏ। ହେଲେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ବର୍ତ୍ତମାନ ସମସ୍ତ ଫ୍ଲାଇଟ୍ ଏବଂ ଟ୍ରେନ୍ ବାତିଲ୍ କରିଦିଆଯାଇଛି। ତେବେ ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହୋଟେଲ ପକ୍ଷରୁ ରହଣିରେ ରିହାତି ଦିଆଯାଇଛି।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..