ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ଆଜି ତାଙ୍କୁ ମୁମ୍ବାଇର ଗୋଟିଏ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଘରର ରନ୍ଧାଖାଦ୍ୟ ଓ ମେଡିସିନ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ହେଲେ ସେ ବେଡ ବ୍ୟବସ୍ଥା ପାଇଁ କରିଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଛନ୍ତି। ବିଚାରପତି ଆବେଦନକୁ ଖାରଜ କରି କହିଛନ୍ତି ଯେ ଜେଲ୍ର ବ୍ୟବସ୍ଥା ଅନୁଯାୟୀ ଅଧିକାରୀମାନେ ପର୍ଯ୍ୟାପ୍ତ ପରିମାଣର ବେଡ ବ୍ୟବସ୍ଥା କରିଛନ୍ତି। ତେଣୁ ବେଡ ପାଇଁ ଅନୁମତି ମିଳିବ ନାହିଁ। ଉଲ୍ଲେଖ ଯୋଗ୍ୟ-ଅଗଷ୍ଟ ୧ରେ ଇଡି ତାଙ୍କୁ ଗିରଫ କରିଥିଲା। ଏହାପରେ ଦୁଇ ପର୍ଯ୍ୟାୟରେ ୮ ତାରିଖ ଯାଏ ରିମାଣ୍ଡରେ ଆଣି ଜେରା କରିଥିଲା। ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ ଇଡି ପକ୍ଷରୁ ତାଙ୍କୁ ସ୍ୱତନ୍ତ୍ର ପିଏମଏଲଏ କୋର୍ଟର ବିଚାରପତି ଏମଜି ଦେଶପାଣ୍ଡେଙ୍କ ଆଗରେ ହାଜର କରାଯାଇଥିଲା।






More Stories
ପୁରୀରୁ TMC ବିଧାୟକ ଗିରଫ…..
ଇରାନ ଉପରେ ଆମେରିକାର ଆକ୍ରମଣ……
୧୮ରେ ରାଜ୍ୟସଭା ଉପନିର୍ବାଚନ…..