Report Card Odisha

| Daily Odia News

ବିନା ହେଲମେଟ ଚାଳକ ସାବଧନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିନା ହେଲମେଟରେ ଗାଡ଼ି ଚଳାଉଥିବା ଚାଳକ ସାବଧାନ | ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଅଗଷ୍ଟ ୧୬ରୁ ୩୦ ତାରିଖ ଯାଏଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ରାଜ୍ୟ ଦେଇଯାଇଥିବା ସବୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏସଟିଏ ପକ୍ଷରୁ ଏହି ଅଭିଯାନ କରାଯିବ । ହେଲମେଟ ଯାଞ୍ଚ ବ୍ୟତୀତ ମୋଟର ସାଇକଲରେ ୩ଜଣ ଯାତ୍ରା, ୧୮ ବର୍ଷରୁ କମ୍‌ ପିଲା ଗାଡ଼ି ଚଳାଉ ଥିଲେ ଦଣ୍ଡିତ ହେବେ। ହେଲମେଟ ପିନ୍ଧି ନ ଥିଲେ ୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ମୋଟର ସାଇକଲରେ ବସିଥିବା ଯାତ୍ରୀ ହେଲମେଟ ପିନ୍ଧି ନ ଥିଲେ ଚାଳକଙ୍କ ଲାଇସେନ୍ସ ୩ ମାସ ବାତିଲ କରାଯିବ ବୋଲି ଏସ୍‌ଟିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ ୨୦୨୧ରେ ମୋଟର ସାଇକଲ ଦୁର୍ଘଟଣାରେ ୧୩୦୮ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ସେମାନଙ୍କ ଭିତରୁ ୮୬୮ ଜଣ ଚାଳକ ହୋଇଥିବା ବେଳେ ୪୪୦ ଜଣ ମୋଟର ସାଇକଲରେ ବସିଥିଲେ । ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକମାନେ ହେଲମେଟ ପିନ୍ଧି ନଥିଲେ।

Breaking News