ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ନୋଏଡାର ଏକ ହାଉସିଙ୍ଗ୍ ସୋସାଇଟିରେ ଜଣେ ମହିଳାଙ୍କୁ ଆକ୍ରଣ କରିଥିବା ଯୁବକ ଶ୍ରୀକାନ୍ତ ତ୍ୟାଗୀଙ୍କୁ ଆଜି ନୋଇଡ଼ା ପୋଲିସ ଗିରଫ କରିଛି। ତାଙ୍କ ସହ ଉତ୍ତରପ୍ରଦେଶରସ୍ଥିତ ମିରଟ୍ର ଅନ୍ୟ ୩ ଜଣଙ୍କୁ ବି ପୋଲିସ ଗିରଫ କରିଥିବା ଜଣାପଡିଛି । ତ୍ୟାଗୀ ତାଙ୍କ ପତ୍ନୀ ଓ ଓକିଲଙ୍କ ସହ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କରୁଥିବାରୁ ସେହି ଜରିଆରେ ପୋଲିସ ତାଙ୍କ ଲୋକେସନ୍ ଟ୍ରାକ୍ କରିବାରେ ସଫଳ ହୋଇଛି। ଉଲ୍ଲେଖଯୋଗ୍ୟ, ଅଳ୍ପ କିଛି ଦିନ ତଳେ ‘ଗ୍ରାଣ୍ଡ୍ ଓମାକ୍ସ୍ ସୋସାଇଟି’ରେ ବିଜେପି କିଷାନ୍ ମୋର୍ଚ୍ଚାର ସଦସ୍ୟ ତ୍ୟାଗୀ ଏବଂ ଜଣେ ମହିଳାଙ୍କ ମଧ୍ୟରେ ଚାରା ରୋପଣ କଥାକୁ ନେଇ ବିବାଦ ହୋଇଥିଲା। ସେ ସ୍ଥାନରେ ଚାରା ରୋପଣ ନିୟମ ବିରୁଦ୍ଧ ବୋଲି ମହିଳା ଜଣକ ଆପତ୍ତି କରିଥିବା ବେଳେ ତ୍ୟାଗୀ କହିଥିଲେ ଯେ, ଚାରା ଲଗାଇବା ତାଙ୍କ ଅଧିକାରଭୁକ୍ତ। ଏହାପରେ ତ୍ୟାଗୀ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ। ସେ ଜଣେ ବିଜେପି କର୍ମୀ ବୋଲି ନିଜ ପରିଚୟ ଦେଉଥିବା ବେଳେ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇ ପୋଲିସରେ ଅଭିଯୋଗ ହୋଇଥିଲା। ଏହାପରେ ସେ ଦଳର ସଦସ୍ୟ ନୁହନ୍ତି ବୋଲି ‘ବିଜେପି’ ସ୍ପଷ୍ଟ କରିବା ପରେ ତ୍ୟାଗୀ ଫେରାର ହୋଇଯାଇଥିଲେ। ଏହାପରେ ୟୁପି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେ ଫେରାର ଥିବାବେଳେ ତାକୁ ଧରାଇଦେଲେ ପୁରସ୍କାର ମିଳିବ ବୋଲି ପୋଲିସ ଘୋଷଣା କରିଥିଲ। ଏଥି ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରୀକାନ୍ତ ତ୍ୟାଗୀ ମାମଲାରେ ଗୃହ ବିଭାଗରୁ ରିପୋର୍ଟ ମାଗି ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..