ରିପୋର୍ଟ କାର୍ଡ / ଛତିଶଗଡ଼
ଛତିଶଗଡ଼ ସୁକମା ଜିଲ୍ଲାରେ ପୁଣି ଲାଲ୍ବାହୀନ ହିଂସାତ୍ମକ କାଣ୍ଡ ଘଟାଇଛି | କାମରେ ନିୟୋଜିତ ଥିବା ଏକ ଟ୍ରକକୁ ମାଓବାଦୀମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ- ଲଗାଣ ବର୍ଷା ଯୋଗୁ ସୁକମା ଜିଲ୍ଲା ସୀମାନ୍ତରେ ଯାଇଥିବା ଗୋଦାବରୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ କିଷ୍ଟରାମ ଥାନା ଅଧୀନ କାସାରାମ ଗ୍ରାମରେ ନିର୍ମାଣ ହୋଇଥିବା ବ୍ରିଜ ଧୋଇ ଯାଇଥିଲା। ଏନେଇ ଠିକାଦାରକୁ ତୁରନ୍ତ ମରାମତି କରିବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏନେଇ ଠିକାଦାର ସୁରକ୍ଷା କର୍ମୀଙ୍କୁ ଅବଗତ ନ କରାଇ କାମ ଆରମ୍ଭ କରିଥିଲେ। ମଙ୍ଗଳବାର କାମରେ ପାଇଁ ଆସିଥିବା ଏକ ଟ୍ରକକୁ ମାଓବାଦୀମାନେ ନିଆଁ ଲଗାଇ ପୋଡି ଦେବା ସହ ବ୍ରିଜ କାମକୁ ବିରୋଧ କରିଥିଲେ। କାମକୁ ତୁରନ୍ତ ବନ୍ଦ କରିବାକୁ ମାଓବାଦୀମାନେ ଚେତାବନୀ ଦେଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..