ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାରେ ପାରିତ ହୋଇଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ବିଲ ୨୦୨୨କୁ ବିଜେଡି ସମର୍ଥନ କରିଛି। ଏହି ବିଲ୍ରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଅଧିନିୟମ ,୨୦୦୯କୁ ସଂଶୋଧନ କରାଯାଇଛି। ବିଲ୍ ଆଲୋଚନାରେ ଭାଗ ନେଇଥିଲେ ବିଜେଡି ସାଂସଦ ସୁଜିତ କୁମାର। କହିଛନ୍ତି କି , ଦେଶରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବାର ଷ୍ଟାଣ୍ଡାର୍ଡ ପ୍ରୋଟକାଲ୍ ଓ କ୍ରାଏଟେରିଆ ନାହିଁ। ବିଭିନ୍ନ ରାଜ୍ୟରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ ସଂଖ୍ୟା ଭିନ୍ନ ରହିଛି। ସେ କହିଲେ, ଓଡ଼ିଶାରେ ବର୍ତ୍ତମାନ କେବଳ ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ରହିଛି। ଓଡ଼ିଶାରେ ଆଉ ଗୋଟିଏ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ପାଇଁ ସେ ଦାବି କରିଥିଲେ। ଦେଶର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟମାନଙ୍କରେ ଖାଲି ପଡ଼ିଥିବା ପଦବିଗୁଡ଼ିକୁ ପୂରଣ ପାଇଁ ସେ ଦାବି କରିଥିଲେ। ଏହା ସହ ଓଡ଼ିଶାରେ ଗତିଶକ୍ତି ବିଶ୍ବବିଦ୍ୟାଳୟର ଆଉ ଗୋଟିଏ ଶାଖା ଖୋଲିବା ପାଇଁ ସାଂସଦ ଶ୍ରୀ କୁମାର କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।






More Stories
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..
ଇରାନ ଉପରେ ବଙ୍କର ବଷ୍ଟର ମାଡ଼ କଲା ଆମେରିକା…..