ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ଲଗାତର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଏହାକୁ ଦୃଷ୍ଟିରେରଖି ଦିଲ୍ଲୀ ସରକାର ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ମାସ୍କ ନପିନ୍ଧିଲେ ୫ଶହ ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦେଶ ଦିଆଯାଇଛି । ହେଲେ ଘରୋଇ ୪ ଚକିଆ ଯାନରେ ଯାତ୍ରା କରୁଥିଲେ ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି କୁହାଯାଇଛି । ସେପଟେ ଗତକାଲି ରାଜଧାନୀ ଦିଲ୍ଲୀରେ ୨,୧୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । କରୋନାରେ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ବର୍ତ୍ତମାନ ରାଜଧାନୀରେ ସଂକ୍ରମଣ ହାର ୧୭.୮୩ ରହିଛି । ତାହା ସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୦୫କୁ ବୃଦ୍ଧି ପାଇଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….