ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଘଟିଛି ଏହି ଅଭାବନୀୟ ଘଟଣା । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଏକ ହାଇଓ୍ୱା ବର୍ଷା ଲାଗି ଛିଡା ହୋଇଥିଲା । ଡ୍ରାଇଭର ଗାଡିର ଡାଲା ଟେକି ଶୋଇପଡିଥିଲେ । ପଛରେ ଥିବା ତାର ଡାଲା ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ଗାଡିରେ ନିଆଁ ଲାଗିଯାଇଥିଲା । ତେବେ ଗାଡିରେ ନିଆଁ ଲଗାବି ଦ୍ୱାରା ଡ୍ରାଇଭର ଜୀଅନ୍ତା ପୋଡି ମୃତ୍ୟୁ ହୋଇଛି । ଟ୍ରକଟି କେନ୍ଦୁଝର ଯୋଡ଼ା ଅଞ୍ଚଳରେ ହୋଇଥିବା ବେଳେ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ ।






More Stories
ଶପଥ ନେଲେ ତାରିକ ରହମାନ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ…..