ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବନ୍ୟା ସ୍ଥିତି ରହିଛି | ବନ୍ୟାରେ ରାସ୍ତା ଘଟ ପ୍ରଭାବିତ ହୋଇଛି | ଏହାକୁ ଦୃଷ୍ଟିରେ ରଖି ଯୁକ୍ତ ୨ ନାମଲେଖା ଅବଧିରେ ପରିବର୍ତ୍ତନ ହୋଇଛି। ନାମଲେଖା ସମୟସୀମା ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଏହାକୁ ଅଗଷ୍ଟ ୩୦କୁ ପରିବର୍ତ୍ତନ ହୋଇଛି। ତେବେ ସେପ୍ଟେମ୍ବର ମାସ ଦ୍ୱିତୀୟ ସପ୍ତାହରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ | ପୂର୍ବ ବିଜ୍ଞପ୍ତି ଅନୁସାରେ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବାକୁ ଥିଲା | ଆଜି ଏହାକୁ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ଏ ନେଇ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।






More Stories
କାଳବୈଶାଖୀ ସତର୍କତା…..
ଆଜିଠୁ ମାଟ୍ରିକ ଖାତା ଦେଖା…..
ବିଧାନସଭାରେ କୋକେଇ ଶୋଭାଯାତ୍ରା…..