Report Card Odisha

| Daily Odia News

‘ସିବିଆଇ’ର ପର ଏବେ ଗେରୁଆ ହୋଇଗଲାଣି…..

New Delhi, Sept 29 (ANI): Congress leader Kapil Sibal addresses a press conference, in New Delhi on Wednesday. (ANI Photo)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ସିବିଆଇ’ ଗୋଟାଏ ‘ପିଞ୍ଜରାବଦ୍ଧ ଶୁଆ’ | ପର ଗେରୁଆ ହୋଇ ଯାଇଥିବା ଉକ୍ତ ଶୁଆକୁ ଏବେ ପିଞ୍ଜରାମୁକ୍ତ କରାଯାଇଛି। ଆଜି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ କପିଲ୍‌ ସିବଲ୍‌ ପୁରାତନ ଉକ୍ତି କହିଛନ୍ତି | ସୂଚନାଯୋଗ୍ୟ,‘ସିବିଆଇ’ ‘ପିଞ୍ଜରାବଦ୍ଧ ଶୁଆ’ ୨୦୧୩ରେ ସିବଲ୍‌ ସୁପ୍ରିମ୍‌ କୋର୍ଟରେ କହିଥିଲେ। ଅବକାରୀ ନୀତି ସଂକ୍ରାନ୍ତରେ ତଦନ୍ତ‌ କରୁଥିବା ‘ସିବିଆଇ’ ଶୁକ୍ରବାର ଦିନ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ପ୍ରାୟ ୧୬ ଘଣ୍ଟା ଧରି ଖାନ୍‌ତଲାସ କରିବା ଘଟଣାକୁ ସମାଲୋଚନା କରି ସିବଲ୍‌ ଆଜି ପୁରାତନ ଉକ୍ତି କହିଛନ୍ତି | ଟୁଇଟ୍‌ କରି ସେ ଲେଖିଛନ୍ତି: ଦିନେ ପିଞ୍ଜରାବଦ୍ଧ ଥିବା ଶୁଆ ଏବଂ ପିଞ୍ଜରାମୁକ୍ତ। ଏବେ ତା’ର ପର ଗେରୁଆ ରଙ୍ଗ ପାଲଟି ଗଲାଣି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେଉଛି ତା’ର ଡେଣା। ତା’ର ଖାଉନ୍ଦ ଯାହା କହୁଛି ସେ ତାହା ହିଁ କହୁଛି। ମନୀଷ ସିସୋଦିଆଙ୍କ ଘରେ ‘ସିବିଆଇ’ ଚଢ଼ାଉ ଘଟଣାକୁ କଂଗ୍ରେସ ସମାଲୋଚନା କରି ନ ଥିବା ବେଳେ କପିଲ୍ ସିବଲ୍‌ କହିଛନ୍ତି, କେଜ୍ରିୱାଲ୍‌ଙ୍କର ଉତ୍ଥାନ ଦେଖି ‘ବିଜେପି’ ‘ଆପ୍‌’କୁ ବଦନାମ କରିବାକୁ ଉଦ୍ୟମ କରୁଛି।

 

Breaking News