Report Card Odisha

| Daily Odia News

ଗିରଫ ହୋଇପାରନ୍ତି ମନିଷ ସିସୋଦିଆ !…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଆଜି ଉପମୁଖ୍ୟମନ୍ତ୍ରୀ ସିସୋଦିଆ ଏବଂ ଅନ୍ୟ ୩ ସରକାରୀ ଅଧିକାରୀଙ୍କ ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଦିଲ୍ଲୀ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ସିବିଆଇ ଏକ ଏତଲା ରୁଜୁ କରିବାପରେ ଆଜିର ଚଢ଼ଉ ଆରମ୍ଭ କରିଥିଲା। ସିବିଆଇ ଏତଲାରେ ସିସୋଦିଆଙ୍କ ସମେତ ୧୫ ଜଣଙ୍କ ନାମ ଅଛି। ଏତଲା‌ରେ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛନ୍ତି | ତେବେ ଚଢ଼ାଉ ପରେ ସାମ୍ବଦିକ ସମ୍ମିଳନୀ କରି ମୋତେ ଗିରଫ କରାଯାଇପାରେ ବୋଲି କହିଛନ୍ତି ସିସୋଦିଆ। ତାଙ୍କ କହିବା ମୁତାବକ, ନ୍ୟୁୟର୍କ ଟାଇମ୍ସରେ କରୋନା କାଳରେ ଗଙ୍ଗା କୂଳରେ ଜଳୁଥିବା ଶବଗୁଡ଼ିକର ଫଟୋ ଛପା ଯାଇଥିଲା। ବର୍ତ୍ତମାନ ଆମର ଶିକ୍ଷା ନୀତିର ଫଟୋ ନ୍ୟୁୟର୍କ ଟାଇମ୍ସରେ ମୁଦ୍ରିତ ହୋଇଛି। ଦେଶବାସୀ ଏହା ପାଇଁ ଗର୍ବିତ ଅଛନ୍ତି। କିନ୍ତୁ ବିଜେପି ଏହି କଥାକୁ ପସନ୍ଦ କରୁନାହିଁ। ଅରବିନ୍ଦ କେଜ୍ରିୱାଲଙ୍କ ଲୋକପ୍ରିୟତାକୁ ବିଜେପି ସହିପାରୁନାହିଁ। ସେ ଆହୁରି କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଅଟକାଇବା ପାଇଁ ମୋ ଘରେ ଚଢ଼ଉ କରାଯାଇଥିଲା। ଯେଉଁମାନେ ଭଲ କାମ କରନ୍ତି ସେମାନଙ୍କୁ ଅଟକାଇବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚଢ଼ଉ ପରେ ଆସନ୍ତା ଦୁଇ ଚାରି ଦିନ ମଧ୍ୟରେ ମୋ‌ତେ ମଧ୍ୟ ଗିରଫ କରାଯିବ। ମଦ କିମ୍ବା ଅବକାରୀ ଦୁର୍ନୀତିକୁ ନେଇ କେନ୍ଦ୍ରର କୌଣସି ଅସୁବିଧା ନାହିଁ। ସେମାନଙ୍କର ସମସ୍ୟା ହେଉଛି ଅରବିନ୍ଦ କେଜ୍ରିୱାଲ, ତାଙ୍କର ବୃଦ୍ଧି ପାଉଥିବା ଲୋକପ୍ରିୟତା। ଯଦି ମଦ ହେଉଛି ପ୍ରସଙ୍ଗ, ତେବେ ସିବିଆଇ-ଇଡି ଗୁଜୁରାଟକୁ କାହିଁକି ଯାଉ ନାହାନ୍ତି? ପ୍ରତିବର୍ଷ ସେଠାରେ ୧୦ହଜାର କୋଟିର ଅବକାରୀ ଶୁଳ୍କ ବାଟମାରଣା ହୁଏ। ଯେଉଁମାନେ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ହିଁ ଗୁଜୁରାଟରେ ଅବକାରୀ ଶୁଳ୍କ ବାଟମାରଣା କରିବାରେ ସାମିଲ ଅଛନ୍ତି।

Breaking News