ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଦ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ | ଦୁଷ୍କର୍ମ ଠାରୁ ଆରମ୍ଭ କରି ହତ୍ୟା ଓ ଦୁର୍ଘଟଣା ଭଳି ସଂଗୀନ ଘଟଣା ପାଇଁ ମଦକୁ ଦାୟୀ କରାଯାଇଥାଏ | ଏସବୁ ସତ୍ତ୍ୱେ ବି ସରକାର ମଦ ପିଇବା ପାଇଁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଯୁବଗୋଷ୍ଠୀଙ୍କୁ ମଦ ପ୍ରତି ଆକୃଷ୍ଟ କରିବା ପାଇଁ ସରକାର ସ୍ୱତନ୍ତ୍ର ପ୍ରଚାର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି। ଦେଶର ରାଜସ୍ୱ ହ୍ରାସ ପାଉଥିବାରୁ ଜାପାନ ସରକାର ନିଜର ଦେଶର ଯୁବଗୋଷ୍ଠୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଅଧିକ ମଦ ପିଇବା ପାଇଁ ଆହ୍ୱାନ କରୁଥିବା ସୂଚନା ମିଳୁଛି । ଯୁବଗୋଷ୍ଠୀଙ୍କ ମଧ୍ୟରେ ମଦ ପିଇବାର ଚାହିଦା ବୃଦ୍ଧି କରିବା ପାଇଁ ଜାପାନ ସରକାରଙ୍କ ନ୍ୟାଶନାଲ ଟ୍ୟାକ୍ସ ଏଜେନ୍ସି ଜାତୀୟ ବ୍ୟବସାୟିକ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ଏହାର ନାଁ ‘ସେକ ଭିଭା’ ରଖାଯାଇଛି। ଏହି ପ୍ରତିଯୋଗିତା ମାଧ୍ୟମରେ ଯୁଗୋଷ୍ଠୀଙ୍କୁ ମଦ ପିଇବାକୁ ଉତ୍ସାହିତ କରାଯିବ। ସେକ, ସ୍କଚ, ଆୱାମୋରି, ବିୟର, ହ୍ୱିସ୍କି ଓ ୱାଇନକୁ ଅଧିକ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯିବ।






More Stories
ଆଜିଠୁ ବଙ୍ଗ ଭୟମୁକ୍ତ…..
ଭବାନୀପୁରରେ ହାରିଲେ ଦିଦି…..
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..