Report Card Odisha

| Daily Odia News

ବଢ଼ିଲା ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ସମୟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଆଜି ସ୍ବତନ୍ତ୍ର ଅଦାଲତ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କ ବିଚାର ବିଭାଗୀୟ ହାଜତ ରହଣି ଅବଧି ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଉପରୋକ୍ତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଗଷ୍ଟ ପହିଲାରେ ସାଂସଦ ରାଉତଙ୍କୁ ଗିରଫ କରିଥିଲା। ପ୍ରଥମେ ପ୍ରବର୍ତ୍ତନ ନିର୍ଦେଶାଳୟର ହାଜତରେ ରହିବା ପରେ ଅଗଷ୍ଟ ୮ ତାରିଖରେ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଆଜି ତାଙ୍କର ବିଚାର ବିଭାଗୀୟ ହାଜତ ରହଣି ମିଆଦ ‌ଶେଷ ହେଉଥିଲା। ତେଣୁ, ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଙ୍ଗ୍‌ ଆକ୍ଟ୍‌’ ସହ ସମ୍ପୃକ୍ତ ଥିବା ଏହି ମାମଲାର ଶୁଣାଣି କରି ସ୍ବତନ୍ତ୍ର ଅଦାଲତର ବିଚାରପତି ଏମ୍‌. ଜି. ଦେଶପାଣ୍ଡେ ରାଉତଙ୍କ ବିଚାର ବିଭାଗୀୟ ରହଣି ସମୟ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମାମଲା ସଂକ୍ରାନ୍ତରେ ଏବେ ମଧ୍ୟ ତଦନ୍ତ ଚାଲିଛି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ କହିଛି। ସମ୍ପ୍ରତି ସାଂସଦ ସଞ୍ଜୟ ରାଉତଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌ରେ ଅବସ୍ଥାପନ କରାଯାଇଛି। ସେଠାରେ ତାଙ୍କୁ ତାଙ୍କ ଘରେ ରନ୍ଧାଯାଇଥିବା ଖାଦ୍ୟ ଖାଇବାକୁ ଅନୁମତି ମିଳିଛି। ରାଉତଙ୍କୁ ଗିରଫ କରାଯିବା ପରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ଉକ୍ତ ମାମଲା ବିଷୟରେ ପଚରାଉଚରା କରାଯାଇଥିଲା।

 

Breaking News