ରିପୋର୍ଟ କାର୍ଡ / ଭୁବନେଶ୍ବର
ଭିଜିଲାନ୍ସ ଜାଲରେ ବିଏମସି ଟ୍ୟାକ୍ସ କଲେକ୍ଟର | ଲାଞ୍ଚ ନେଇ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ଓ ଅବସରପ୍ରାପ୍ତ କର୍ମଚାରୀ ଯୋଗେନ୍ଦ୍ର ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି | ସୂଚନା ଅନୁଯାୟୀ, ବିଏମସି ୱାର୍ଡ ଅଫିସ ନମ୍ବର ୨୩ରେ ଅଭିଯୋଗକାରୀଙ୍କଠାରୁ ବିଏମସିର ଟ୍ୟାକ୍ସ କଲେକ୍ଟର ହେମନ୍ତ କୁମାର ସାହୁ ନିଜପାଇଁ ୧୫ ହଜାର ଟଙ୍କା ଓ ଯୋଗେନ୍ଦ୍ର ପ୍ରଧାନଙ୍କ ଲାଗି ସାଢ଼େ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲାଞ୍ଚ ଟଙ୍କା ଜବତ କରିବା ସହ ହେମନ୍ତ କୁମାର ସାହୁ ଓ ଯୋଗେନ୍ଦ୍ର ପ୍ରଧାନଙ୍କୁ ଧରିଥିଲା । ବର୍ତ୍ତମାନ ଉଭୟଙ୍କୁ ଭିଜିଲାନ୍ସ ଅଟକ ରଖିଛି। ସେଦୁହେଁ ଅଭିଯୋଗକାରୀଙ୍କ ହୋଲ୍ଡିଂ ଟିକସ କମାଇବା ଲାଗି ଲାଞ୍ଚ ନେଉଥିଲେ ବୋଲି ଜଣାପଡିଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ଅନୁସନ୍ଧାନ ଚାଲିଛି।






More Stories
ସପ୍ତାହେ ପ୍ରବଳ ବର୍ଷୀବ……
ବିଜେପି କର୍ମୀଙ୍କୁ ହତ୍ୟା…..
ବୀମା ନାହିଁ ପେଟ୍ରୋଲ-ଡିଜେଲ ନାହିଁ…..