ରିପୋର୍ଟ କାର୍ଡ / ଭୁବନେଶ୍ୱର
ରେଳପଥ ନିଯୁକ୍ତି ବୋର୍ଡ ପରୀକ୍ଷାର୍ଥୀଙ୍କ ପାଇଁ ଚାଲିବ ସ୍ୱତନ୍ତ୍ର ଟ୍ରେନ | ରେଳବିଭାଗ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବାକୁ ଘୋଷଣା କରାଯାଇଛି । କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷା ଲାଗି ବିଭିନ୍ନ ସହରରେ କେନ୍ଦ୍ର ହୋଇଛି। ତାହାକୁ ନଜରରେ ରଖି ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ(୦୮୦୪୬/୦୮୦୪୫) ହଟିଆରୁ ଆସନ୍ତା ୨୨ ଓ ୨୪ ତାରିଖ ଅପରାହ୍ନ ୪ଟା ୫୦ରେ ଛାଡ଼ିବ। ଫେରିବା ମାର୍ଗରେ ଏହା କଟକରୁ ଅଗଷ୍ଟ ୨୩ ଓ ୨୫ ତାରିଖ ରାତି ୯ଟା ୪୦ରେ ଛାଡ଼ି ହଟିଆ ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନରେ ରହଣି କରିବ। ଏଥିରେ ଦୁଇଟି ଏସି-୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍, ୩ଟି ଦ୍ଵିତୀୟ ଶ୍ରେଣୀ ଚେୟାର୍ କାର୍, ୫ଟି ସାଧାରଣ ଦ୍ବିିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଉପଲବ୍ଧ ରହିଥିବା ସୂଚନା ମିଳିଛି |






More Stories
କିନ୍ନରଙ୍କୁ ହତ୍ୟା ଘଟଣା:ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରେ ବସିଲେ କିନ୍ନର…..
ବଦଳିବ ମିଶନ ଶକ୍ତି ଡ୍ରେସ୍ କୋଡ୍,ମିଳିବ ସ୍ମାର୍ଟ ଫୋନ୍…..
ଆସନ୍ତାକାଲି ସ୍କୁଲ୍ ଛୁଟି…..