Report Card Odisha

| Daily Odia News

ଉଦ୍ଧାରକାରୀ ଗାଡ଼ିକୁ ଧକ୍କା ଦେଲା ବସ୍‌, ୧୫ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତୁର୍କୀରେ ଏକ ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ପାଇଁ ନିୟୋଜିତ ଥିବା ଗୋଟିଏ ଉଦ୍ଧାରକାରୀ ଦଳର ଗାଡ଼ିକୁ ଏକ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଥିଲା | ଫଳରେ ଅତିକମ୍‌ରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ଜଣ ଉଦ୍ଧାରକାରୀ, ୨ଜଣ ପାରାମେଡିକ୍ସ ଏବଂ ୨ଜଣ ସାମ୍ବାଦିକ ରହିଥିବାବେଳେ ଅନ୍ୟ ୮ମୃତକ ବସ୍‌ ଯାତ୍ରୀ ରହିଛନ୍ତି। ମିଳିଥିବା ସୂଚନା ଅନୁସାରେ ମୃତ ଦୁଇ ସାମ୍ବାଦିକ ପ୍ରଥମ ଦୁର୍ଘଟଣାର ଉଦ୍ଧାରରେ ତଥ୍ୟ ସଂଗ୍ରହ କରୁଥିବାବେଳେ ତାଙ୍କ ଉପରକୁ ବସ୍‌ ମାଡ଼ି ଆସିଥିଲା। ତୁର୍କୀର ନିମ୍ନ ମାନର ଟ୍ରାଫିକ୍‌ ବ୍ୟବସ୍ଥା ଯୋଗୁଁ ଗତ ବର୍ଷ ୫,୩୬୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସରକାରୀ ରେକର୍ଡରେ ଦର୍ଶାଯାଇଛି।

 

Breaking News