ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୭ ମାସ ହେବ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଲାଗିରହିଛି | ଗତ ଫେବ୍ରୁଆରି ମାସରୁ ଆରମ୍ଭ ହୋଇଥିଲା ରୁଷ୍-ୟୁକ୍ରେନ୍ ଯୁଦ୍ଧ | ବର୍ତ୍ତମାନ ପର୍ଯ୍ୟନ୍ତ ୟୁକ୍ରେନ୍ର ପ୍ରାୟ ୯୦୦୦ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ୟୁକ୍ରେନ୍ ସେନାମୁଖ୍ୟ ଜେନେରାଲ ଭାଲେରୀ ଜାଲୁଝନି ସୂଚନା ଦେଇଛନ୍ତି । ବରିଷ୍ଠ ସେନାଧିକାରୀ ଓ ଯୁଦ୍ଧରେ ନିହତ ସୈନିକ ବା ସେନାଧିକାରୀଙ୍କ ପରିବାରକୁ ସମ୍ମାନିତ କରିବା ପାଇଁ ଆୟୋଜିତ ସମ୍ମିଳନୀରେ ଦେଶ ପାଇଁ ଲଢ଼ି ସହିଦ ହୋଇଥିବା ବୀରମାନଙ୍କ ପିଲାମାନଙ୍କୁ ସୁରକ୍ଷା ଦିଆଯିବା ଉପରେ ସେନାମୁଖ୍ୟ ଜାଲୁଝନି ଗୁରୁତ୍ବ ଦେଇଥିଲେ।






More Stories
ପଶ୍ଚିମବଙ୍ଗ,ତାମିଲନାଡୁ ସମେତ ୫ ରାଜ୍ୟର ନିର୍ବାଚନ ଫଳାଫଳ…..
ପଶ୍ଚିମବଙ୍ଗରେ ଅତିରିକ୍ତ ୧୬୫ ପର୍ଯ୍ୟବେକ୍ଷ ଓ ୭୭ ପୋଲିସ ପର୍ଯ୍ୟବେକ୍ଷ ନିଯୁକ୍ତ……
ପଶ୍ଚିମବଙ୍ଗରରେ ପୁନଃ ମତଦାନ ଆରମ୍ଭ……