ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସମୀର କାମାତଙ୍କୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ନୂତନ ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନ ଡିଆରଡିଓ ର ଏହି ପଦବୀରେ ଥିବା ୫୯ ବର୍ଷୀୟ ଜି ସତୀଶ ରେଡ୍ଡୀଙ୍କ ୪ ବର୍ଷର କାର୍ଯ୍ୟକାଳ ଆଜି ଶେଷ ହେଉଛି | ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଜ୍ଞାନିକ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ସମୀର ଭି କାମାତଙ୍କ ନିଯୁକ୍ତି ସେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କାଏମ ରହିବ ବୋଲି କ୍ୟାବିନେଟ ନିଯୁକ୍ତି କମିଟି ଆଦେଶରେ କୁହାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନକୁ ଅଧିକ ଶିଳ୍ପ ଅନୁକୂଳ କରିବା ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ଉତ୍ପାଦନରେ ବୃଦ୍ଧି କରିବାରେ ସାହାଯ୍ୟ କରିବା ଭଳି ନୂତନ ସଂସ୍କାରରେ ଏହି ନୂତନ ନିଯୁକ୍ତି ସହାୟକ ହେବ ବୋଲି କୁହାଯାଇଛି। ସୂଚନା ଅନୁସାରେ-ବିଶିଷ୍ଟ ବୈଜ୍ଞାନିକ ଭାବେ ପରିଚିତ ଶ୍ରୀ କାମାତ ୧୯୮୫ ମସିହାରେ ଆଇଆଇଟି ଖରାଗପୁରରୁ ମେଟାଲର୍ଜିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଏବଂ ଓହିଓ ଷ୍ଟେଟ୍ ୟୁନିଭରସିଟିରୁ ସାମଗ୍ରୀ ବିଜ୍ଞାନ ଏବଂ ଇଞ୍ଜିନିୟରିଂରେ ପିଏଚଡି କରିଛନ୍ତି। ସେ ହାଇଦ୍ରାବାଦର ଡ଼ିଏମଆରଏଲରେ ଡିଆରଡିଓରେ ୧୯୮୯ରେ ବୈଜ୍ଞାନିକ ଭାବରେ ଯୋଗ ଦେଇଥିଲେ।






More Stories
ହଟିବନି ଟେଲିଗ୍ରାମ ବ୍ୟାନ…..
ପୁନର୍ବାର ସୀମା ପୁନଃନିର୍ଦ୍ଧାରଣ ବିଲ୍ ଆଗତ ଲକ୍ଷ୍ୟରେ ବିଜେପି……
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..